www.samajalive.in
Monday, December 8, 2025
20.1 C
Bhubaneswar

ବହୁ ପ୍ରତୀକ୍ଷିତ କେନ୍ଦୁଗୁଡା ଘାଟ ପାଇଁ ପୋଲ ନିର୍ମାଣ ପାଇଁ ଆର୍ଥିକ ମଞ୍ଜୁରୀ ସ୍ୱୀକୃତ

କଲମପୁର : ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ଜଳଭଣ୍ଡାରର ମହୁଲପାଟଣା କେନ୍ଦୁଗୁଡା ଘାଟ ଠାରେ ପୋଲ ନିର୍ମାଣ ବ୍ୟବସ୍ଥାକୁ ସରକାରଙ୍କ ତରଫରୁ ଆର୍ଥିକ ସ୍ୱୀକୃତି ମିଳିଛି। ୫୪ କୋଟି ୯୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ପୋଲ। ପୋଲ ନିର୍ମାଣର ଦାୟିତ୍ୱ ପି.ଡବ୍ଲ୍ୟୁ.ଡି ବିଭାଗ ଅଧିନରେ ରହିଛି।  ଜଳ ଭଣ୍ଡାର ଆରମ୍ଭ ହେବା ପରେ କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ବ୍ଲକ ଅଧିନସ୍ଥ ଅଡ୍ରି, ମାଲିଗାଁ ଗୋପିନାଥପୁର ପଞ୍ଚାୟତର ଲୋକଙ୍କ ସହିତ ମହୁଲାପଟଣା, ପୋଡେପଦର ପଞ୍ଚାୟତ ଲୋକଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେଇଥିଲା। ଲୋକେ ବିପଦ ସଂକୁଳ ଅବସ୍ଥାରେ ନଦୀରେ ଦେଶୀ ଡଙ୍ଗା ସହାୟତାରେ ପାର ହେଇ ନିଜ କାର୍ଯ୍ୟ ସମ୍ପାଦିତ କରୁଥିଲେ। ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ଲୋକେ ଅନେକ ସମସ୍ୟା ମଧ୍ୟରେ ଯାତାୟତ କରୁଥିଲେ। ବାରମ୍ବାର ପୋଲ ନିର୍ମାଣ ପାଇଁ ଦାବି କରୁଥିଲେ। ଏହି ପୋଲ ନିର୍ମାଣ ହେଲେ ଏହି ସମସ୍ତ ପଞ୍ଚାୟତର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେଇ ପାରିବେ। ଜୟପାଟଣା, କୋକସରା ବ୍ଲକ ସମେତ ନବରଙ୍ଗପୁର, ରାୟଗଡା ଜିଲା ଛତିଶଗଡ ଆନ୍ଧ୍ର ପ୍ରଦେଶକୁ ସଂଯୋଗ ହେଇ ପାରିବ ଏହି ରାସ୍ତା। ଅଗମ୍ୟ ଅଂଚଳ ଭାବେ ପରିଚିତ ହେଉଥିବା ଥୁଆମୁଲ ରାମପୁର ଆଗାମୀ ଦିନରେ ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତ ହେଇ ପାରିବ। ବ୍ଲକରେ ବସବାସ କରୁଥିବା ୭୫ ପ୍ରତିଶତ ଆଦିବାସୀ ବନ ଜାତ ଦ୍ରବ୍ୟ ବିକ୍ରୟ ପାଇଁ ସଠିକ୍ ବଜାର ସୁବିଧା ପାଇବା ସହ ସେମାନଙ୍କ ଆର୍ଥିକ ବିକାଶ କରି ପାରିବେ। ଏହାସହ ଏହି ଅଂଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ହେଇ ପାରିବ। ଲୋକେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇ ପାରିବେ। ଏବେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ଏହି ଆର୍ଥିକ ମଞ୍ଜୁରୀ ପାଇବା ପରେ ଅଂଚଳବାସୀଙ୍କ ତରଫରୁ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟମନ୍ତ୍ରୀଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସ୍ୱାଭିମାନ ଅଂଚଳ ଭାବେ ପରିଚିତ ମାଲକାନଗିରି ଗୁରୁପ୍ରିୟା ସେତୁ ପରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ନିର୍ମାଣ ହେବାକୁ ଥିବା ମହୁଲପାଟଣା କେନ୍ଦୁଗୁଡା ଘାଟ ଦ୍ୱିତୀୟ ସେତୁ ବୋଲି ଆଲୋଚନା ହେଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories