www.samajalive.in
Sunday, December 7, 2025
26.1 C
Bhubaneswar

କାବୁଲ ବିସ୍ଫୋରଣକୁ ଭାରତର କଡା ନିନ୍ଦା: ଆତଙ୍କବାଦ ବିରୋଧରେ ସମ୍ମିଳିତ ଲଢେଇ ପାଇଁ ଆହ୍ୱାନ

ନୂଆଦିଲ୍ଲୀ: ଗୁରୁବାର ସଂଧ୍ୟାରେ କାବୁଲ ବିମାନ ବନ୍ଦର ସମେତ ନିକଟବର୍ତ୍ତୀ ସ୍ଥାନରେ ପରକୁ ପର ହୋଇଥିବା ସାତଟି ବିସ୍ପୋରଣ ଘଟଣାକୁ ଭାରତ ଦୃଢ ନିନ୍ଦା କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଭଳି ଆକ୍ରମଣ ସମୁଦାୟ ବିଶ୍ୱକୁ ଆତଙ୍କବାଦ ବିରୋଧରେ ସମ୍ମିଳିତ ଭାବେ ଦୃଢ ଭାବରେ ଛିଡାହେବାର ଆବଶ୍ୟକତାକୁ ବଢାଇ ଦେଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଆତଙ୍କି ଆକ୍ରମଣରେ ମୃତାହତ ହୋଇଥିବା ପରିବାରଗୁଡିକ ପ୍ରତି ଭାରତ ଗଭୀର ସମବେଦନା ଜଣାଉଛି। ସୂଚନାଯୋଗ୍ୟ ଯେ ଏହି ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ସମେତ ୧୦୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାପରେ ତୁରନ୍ତ କାବୁଲ ବିମାନ ବନ୍ଦରର ସମସ୍ତ ଫାଟକକୁ ବନ୍ଦ କରିଦିଆଯିବା ସହିତ ସେଠାରୁ ଲୋକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟ ବନ୍ଦ ରଖାଯାଇଥିଲା।

- Advertisement -

ଇତିମଧ୍ୟରେ ଗୁରୁବାର ପୂର୍ବାହ୍ନରେ ଭାରତର ୨୪ ଜଣ ନାଗରିକ ଏବଂ ନେପାଳର ୧୧ ଜଣ ନାଗରିକଙ୍କୁ ଧରି ବାୟୁସେନାର ବିମାନ ଭାରତ ଫେରିଥିଲା। ଏହାସତ୍ତେ୍ୱ ସେଠାରେ ୨୦ ଭାରତୀୟ ନାଗରିକଙ୍କ ସମେତ ୧୨୦ ଜଣ ଆଫଗାନ ହିନ୍ଦୁ ଓ ଶିଖ ରହିଯାଇଛନ୍ତି। ସେମାନେ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚି ନପାରିବାରୁ ସେମାନଙ୍କୁ ଅଣାଯାଇପାରିନଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories