www.samajalive.in
Friday, December 12, 2025
26.1 C
Bhubaneswar

ପାକିସ୍ତାନକୁ ଦୀପାବଳି ଝଟକା – ଭାରତ ବନ୍ଦ କଲା ଡାକ ସେବା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆଗ୍ରାରୁ ପାକିସ୍ତାନକୁ ଯାଉଥିବା ଡାକ ସେବା ବନ୍ଦ କରାଯାଇଛି। ଡାକ ବିଭାଗ ପାକିସ୍ତାନ ପାଇଁ ବୁକିଂ ବନ୍ଦ କରିଥିବା ଜଣାପଡିଛି। ପାକିସ୍ତାନ ପକ୍ଷରୁ ପ୍ରଥମେ ଏହି ସେବା ବହୁ ପୂର୍ବରୁ ବନ୍ଦ କରି ଦିଆଯାଇଥିବା ବେଳେ ଭାରତ ଏ ନେଇ ପଦକ୍ଷେପ ଗ୍ରହଣ କରିଛି। ସେଠାକାର ପୋଷ୍ଟ ମାଷ୍ଟର ଜେନେରାଲ ଅୱେଶ ଉପମନ୍ୟୁ ଡାକ ବିଭାଗର ସମସ୍ତ ନିମ୍ନ କାର୍ଯ୍ୟାଳୟକୁ ଏ ସମ୍ପର୍କିତ ନିର୍ଦ୍ଦେଶ ଜାରି କରି ପାକିସ୍ତାନ ଯିବାପାଇଁ ଆସୁଥିବା କୌଣସି ଚିଠି କିମ୍ବା ପାର୍ସଲ ବୁକିଂ ନ ରଖିବା ପାଇଁ କୁହାଯାଇଛି। ତେଣୁ ଆଉ ପାକିସ୍ତାନକୁ ଗୋଟିଏ ବି ଚିଠି ନ ଯିବା ନିଶ୍ଚିତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ୨୩ରେ ଭାରତକୁ ଆସୁଥିବା ଡାକ ସେବା ପାକିସ୍ତାନ ବନ୍ଦ କରିଦେଇଥିଲା କିନ୍ତୁ ଭାରତକୁ ସେ ସମ୍ପର୍କରେ ଜଣାଇ ନ ଥିଲା। ଭାରତରୁ ଡାକ ନେବା ମଧ୍ୟ ପାକିସ୍ତାନ ବନ୍ଦ କରି ଦେଇଥିଲା। ପାକିସ୍ତାନ ଡାକ ନ ନେବାରୁ ଏହା ପୁଣି ଭାରତକୁ ଫେରି ଆସିଥିଲା ଓ ସ୍ପଷ୍ଟ ହୋଇଥିଲା ଯେ ପାକିସ୍ତାନ ଡାକ ବୁକିଂ ବନ୍ଦ କରିସାରିଛି। ଦିଲ୍ଲୀସ୍ଥିତ ଡାକଭବନରୁ ଚଳିତ ମାସ ୧୮ରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପାକିସ୍ତାନ ଯିବାକୁ ଥିବା ପ୍ରତ୍ୟେକ ଡାକ ବୁକିଂ ତତ୍କାଳ ବନ୍ଦ କରିବାକୁ କୁହାଯାଇଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories