www.samajalive.in
Monday, December 8, 2025
24.1 C
Bhubaneswar

ହର୍ଡ ଇମ୍ୟୁନିଟିରୁ ଦୂରରେ ରହିଛି ଭାରତ

କେବଳ ଫୁସ୍‌ଫୁସ୍‌ ନୁହେଁ, ହୃଦ୍‌ବକ୍ଷ ଓ କିଡ଼ନୀକୁ ପ୍ରଭାବିତ କରୁଛି ଭୂତାଣୁ

ନୂଆଦିଲ୍ଲୀ  : ଭାରତର ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ରୋଗପ୍ରତିରୋଧକ ଶକ୍ତି ଆପେ ଆପେ ସୃଷ୍ଟି ହୋଇଥିବା ଉପରେ ଅନୁସନ୍ଧାନ ଜାରି ରଖିଛି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର)। ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନଙ୍କଠାରେ ପୁନର୍ବାର କରୋନା ଭୂତାଣୁ ସଂକ୍ରମଣ ହେଉଛି କି ନାହିଁ ତାହା ଉପରେ ସିରୋ ସର୍ଭେ କରାଯାଉଛି। ଏହି ସର୍ଭେ ରିପୋର୍ଟ ସବୁକୁ ବିଶ୍ଲେଷଣ କରିବା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ଯଦିଓ ତାହା ନିରାଶାଜନକ ବୋଲି ନ ଭାବିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି। ଭାରତର ଲୋକଙ୍କ ଭିତରେ ଅଦ୍ୟାବଧି ହର୍ଡ ଇମ୍ୟୁନିଟି ସୃଷ୍ଟି ହେବାଠାରୁ ଆମେ ଦୂରରେ ରହିଛେ। ଦ୍ବିତୀୟ ପର୍ଯ୍ୟାୟର ସିରୋ ସର୍ଭେ ରିପୋର୍ଟ ଆସିବା ପରେ ଆଇସିଏମଆର କରିଥିବା ବିଶ୍ଲେଷଣ ପରେ ଏହା ସ୍ପଷ୍ଟ ହୋଇଛି। ମେ ୨୦୨୦ରେ କରାଯାଇଥିବା ସିରୋ ସର୍ଭେ ରିପୋର୍ଟରେ ଦେଶବ୍ୟାପୀ କରେନା ଭୂତାଣୁ ସଂକ୍ରମଣ ହାର ମାତ୍ର ୦.୭୩ ପ୍ରତିଶତ ରହିଥିଲା। ଏଥିରୁ ଜଣାପଡିଥିଲା, କରୋନା ଭୂତାଣୁ କେବଳ ଆମ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁନି; ଏଥିସହିତ ହୃଦ୍‌ବକ୍ଷ ଓ କିଡ଼ନୀ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ଏହା ଉପରେ ଅଧିକ ଗବେଷଣା ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ରବିବାର ଗଣମାଧ୍ୟମକୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ ଦ୍ବିତୀୟବାର ସଂକ୍ରମଣର ଶିକାର ହେବା ସଂଖ୍ୟା ଏବେ ନଗଣ୍ୟ ବୋଲି ସେ କହିଛନ୍ତି। ଯଦି କୌଣସିଠାରେ ୫୫ରୁ ୭୦ ପ୍ରତିଶତ ଲୋକ ଲକ୍ଷଣବିହୀନ ଭାବେ ସଂକ୍ରମଣର ଶିକାର ହୋଇ ସୁସ୍ଥ ହୋଇଯାଆନ୍ତି, ତାହେଲେ ସେମାନଙ୍କଠାରୁ ହର୍ଡ ଇମ୍ୟୁନିଟି ରହିଥିବା ଡାକ୍ତରୀ ଭାଷାରେ କୁହାଯାଇଥାଏ। ଫଳରେ ମହାମାରୀର ପ୍ରକୋପ ଧୀରେ ଧୀରେ ଖସିଥାଏ। ମାତ୍ର ଏଭଳି ସ୍ଥିତି ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିନି। ତେବେ ଏଥିନେଇ ବିବ୍ରତ ତଥା ଆଶଙ୍କିତ ନ ହେବାକୁ କହି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories