www.samajalive.in
Saturday, December 13, 2025
15.1 C
Bhubaneswar

ଦ୍ବିତୀୟ ଟି-୨୦ ଟସ୍ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ତିରୁଅନନ୍ତପୁରମ୍: ଦ୍ବିତୀୟ ଟି-୨୦ ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ। ଭାରତକୁ ପ୍ରଥମେ ବ୍ୟାଟିଂ କରିବାପାଇଁ ଆମନ୍ତ୍ରଣ କରିଛି ୱେଷ୍ଟଇଣ୍ଡିଜ। ଆଜିର ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ୱେଷ୍ଟଇଣ୍ଡିଜଦଳ ଗୋଟିଏ ପରିବର୍ତ୍ତନ କରିଛି। ରାମଦିନଙ୍କ ବଦଳରେ ୱେଷ୍ଟଇଣ୍ଡିଜ ପୋରନଙ୍କକୁ ଦଳରେ ସାମିଲ କରିଛି।

ଏଠାରେ ସୂଚନାଯୋଗ୍ୟ ପ୍ରଥମ ଟି-୨୦ରେ ଭାରତ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟୀ ହୋଇଥିଲା । ତେବେ ଫିଲ୍‌ଡିଂ ଓ ବୋଲିଂକୁ ନେଇ ଭାରତ ଚିନ୍ତାରେ ରହିଛି। ଭାରତୀୟଙ୍କ ଦୁର୍ବଳ ବୋଲିଂ ଓ ଫିଲ୍‌ଡିଂର ଫାଇଦା ଉଠାଇ ୱେଷ୍ଟଇଣ୍ଡିଜ୍ ୨ ଶହରୁ ଅଧିକ ରନ୍ କରି ପାରିଥିଲା। କେ.ଏଲ୍‌. ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଯୋଗୁଁ ଭାରତ ଏହି ମ୍ୟାଚ୍ ଜିତି ପାରିଥିଲା। ଆଜିର  ୨ୟ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତ  ବୋଲିଂ ଓ ଫିଲ୍‌ଡିଂରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ଏହାସହ ୨ୟ ଦିନିକିଆ  ମ୍ୟାଚ୍‌କୁ ଜିତି ୨-୦ରେ ଆଗୁଆ ହୋଇ ସିରିଜ୍ ହାତେଇବା ଲାଗି ଭାରତ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଭାରତ ପରି ୱେଷ୍ଟଇଣ୍ଡିଜ୍ ମଧ୍ୟ ବୋଲିଂ ଓ ଫିଲ୍‌ଡିଂକୁ ନେଇ ଚିନ୍ତାରେ। ଏହାର ବ୍ୟାଟ୍‌ସମ୍ୟାନ୍ ଭଲ ପ୍ରଦର୍ଶନ କରି ୨୦୭ ରନ୍‌ର ସ୍କୋର୍ ଛିଡ଼ା କରିଥିଲେ ହେଁ ଦୁର୍ବଳ ବୋଲିଂ ଯୋଗୁଁ ଏହା ପରାସ୍ତ ହୋଇଥିଲା। ତେଣୁ ଭାରତ ପରି ବୋଲିଂ ଓ ଫିଲ୍‌ଡିଂ ବିଭାଗରେ ଉନ୍ନତି କରିବା ଲକ୍ଷ୍ୟରେ ଇଣ୍ଡିଜ୍ ରହିଛି। କୈରନ୍ ପୋଲାର୍ଡଙ୍କ ଦଳ ଉପରେ ଏହି ଚାପ ରହିବ ଯେ ସିରିଜ୍ ବଞ୍ଚାଇବା ପାଇଁ ଦଳକୁ ଆଜିର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories