www.samajalive.in
Monday, December 8, 2025
24.1 C
Bhubaneswar

ବହୁଧ୍ରୁବୀୟ ବିଶ୍ୱର ଭାରତ ଅନ୍ୟତମ ପ୍ରାମାଣିକ କେନ୍ଦ୍ର ହୋଇଛି- ପୁତିନ

ନୂଆଦିଲ୍ଲୀ: ବୈଦେଶିକ ନୀତିର ଏକ ସ୍ୱତନ୍ତ୍ର ତତ୍ୱବିଚାର ଏବଂ ଅଗ୍ରାଧିକାର ବିଷୟକୁ ନେଇ ଭାରତ ବହୁଧ୍ରୁବୀୟ ବିଶ୍ୱରେ ଅନ୍ୟତମ ପ୍ରାମାଣିକ କେନ୍ଦ୍ର ହୋଇଛି, ଯାହା ଆମ ନିଜ ସହିତ ମେଳ ଖାଉଛି ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି । ଭାରତ ଗସ୍ତର ଅବ୍ୟବହିତ ପୂର୍ବରୁ ପୁତିନ କହିଛନ୍ତି, ବନ୍ଧୁତ୍ୱର ମଜଭୁତ ପରମ୍ପରା ଏବଂ ପାରସ୍ପରିକ ବୁଝାମଣାକୁ ନେଇ ଭାରତ ଓ ରୁଷ ମିଳିତ ଭାବରେ ଦ୍ୱିପାକ୍ଷିକ ସମ୍ପର୍କରେ ପୁନଃ ବୃଦ୍ଧି ଘଟାଇବା ନେଇ ସେ ନିଶ୍ଚିତ ଅଛନ୍ତି । ସୂଚନାଯୋଗ୍ୟ ଯେ ପୁତିନ ଆସନ୍ତା ସପ୍ତାହରେ ନୂଆଦିଲ୍ଲୀ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି ।
ପୁତିନ କହିଛନ୍ତି, ତାଙ୍କର ନୂଆଦିଲ୍ଲୀ ଗସ୍ତକାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହି ଆଲୋଚନା କାଳରେ ରୁଷ-ଭାରତ ସ୍ୱତନ୍ତ୍ର ସମ୍ପର୍କରେ ଅଧିକ ବିକାଶ ଘଟାଇବାରେ ଦିଗରେ ପରିବ୍ୟାପ୍ତ ପ୍ରୟାସ ସମ୍ପର୍କରେ ସେମାନେ ଆଲୋଚନା କରିବେ । ଏଥିସହିତ ରୁଷ-ଭାରତ ସାମରିକ ସମ୍ପର୍କ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ । ସେ ଏହା ମଧ୍ୟ କହିଥିଲେ ଯେ ସେମାନଙ୍କ ମଧ୍ୟରେ ସହଭାଗିତା ଉଭୟ ରାଷ୍ଟ୍ର ପାଇଁ ବାସ୍ତବ ପାରସ୍ପରିକ ଫାଇଦା ଆଣୁଛି ।
ଋୁଷ ରାଷ୍ଟ୍ରପତି କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଗତିଶୀଳତା ପରିଲକ୍ଷିତ ହେଉଛି । ଶକ୍ତି, ନବସୃଜନ, ମହାକାଶ ଏବଂ କରୋନା ଭୂତାଣୁ ପ୍ରତିରୋଧୀ ଟିକା ଓ ଔଷଧ ଉତ୍ପାଦନ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ବିକାଶ ସାଧିତ ହେଉଛି । ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ସହଯୋଗ ରହିଛି, ଯେଉଁଥିରେ ମିଳିତ ଉଦ୍ୟୋଗ ସ୍ଥାପନ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ ପୁତିନ ନୂଆଦିଲ୍ଲୀରେ ଡିସେମ୍ବର ୬ ତାରିଖରେ ପହଞ୍ଚି ଭାରତ-ରୁଷ ୨୧ତମ ବାର୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୋଗଦେବେ । ତାଙ୍କର ଏହି ଗସ୍ତ କାଳରେ ଭାରତ ଓ ରୁଷ ୭.୫ ଲକ୍ଷ ଏକେ-୨୦୩ ଆସଲଟ ରାଇଫଲ ଯୋଗାଣ ଚୁକ୍ତିରେ ସ୍ୱାକ୍ଷର କରିବା କାର୍ଯ୍ୟକ୍ରମ ରହିଛି । ସରକାରୀ ସୂତ୍ରରୁ କୁହାଯାଇଛି ଯେ ଏଥିପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଥିବା କ୍ୟାବିନେଟ କମିଟି ସହିତ ଆବଶ୍ୟକ ସମସ୍ତ ମଞ୍ଜୁରୀ ମିଳିସାରିଛି । ତାହାସହିତ ଭାରତକୁ ଏସ-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଣ ପ୍ରସଙ୍ଗ ମଧ୍ୟ ସ୍ଥାନପାଇବ । ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥାର ଯୋଗାଣ ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହା ପୂର୍ବରୁ ୨୦୧୯ରେ ଭାରତ-ରୁଷ ବାର୍ଷିକ ଶିଖର ବୈଠକ ରୁଷର ଭ୍ଲାଡିଭୋଷ୍ଟକଠାରେ ଅନୁଷ୍ଠିତ ହୋଇଥିଲା । ୨୦୨୦ରେ କୋଭିଡ ସଂକ୍ରମଣ କାରଣରୁ ଏହା ଆୟୋଜିତ ହୋଇପାରିନଥିଲା ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories