www.samajalive.in
Thursday, December 11, 2025
14.1 C
Bhubaneswar

ଚୀନ-ପାକିସ୍ଥାନ ଉପରେ ନଜର ରଖିବାକୁ ଇସ୍ରାଏଲରୁ ଭାରତ ଆଣିବ ଦୁଇ ’ଆକାଶ ଆଖି’

ନୂଆଦିଲ୍ଲୀ: ଚୀନ ଓ ପାକିସ୍ଥାନ ଦିନକୁଦିନ ଭାରତ ପ୍ରତି ବିପଦ ହେବାକୁ ଯାଉଛନ୍ତି । ଏକପକ୍ଷରେ ପାକିସ୍ଥାନ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି, ଅନ୍ୟପକ୍ଷରେ ଭାରତର ସୀମା ଭିତରେ ପ୍ରବେଶ ନିମନ୍ତେ ଚେଷ୍ଟା କରୁଛି ଚୀନ । ପୂର୍ବ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶ ସେନା ମଧ୍ୟରେ ହିଂସ୍ର ଲଢ଼େଇ ପରେ ଭାରତ ନିଜକୁ ଶକ୍ତିଶାଳୀ କରିବାକୁ ଯୋଜନା ଚଳାଇଛି । କିଛିଦିନ ପୂର୍ବରୁ ବାୟୁସେନାକୁ ୫ଟି ରାଫେଲ ଯୁଦ୍ଧ ବିମାନ ମିଳିଛି ଓ ପର୍ଯ୍ୟାୟକ୍ରମେ ଆହୁରି ୩୧ଟି ରାଫେଲ ଫ୍ରାନ୍ସଠାରୁ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି । ଡ଼ିସେମ୍ବର ସୁଦ୍ଧା ଭାରତ ରୁଷରୁ ଏସ୍-୪୦୦ କ୍ଷେପଣାସ୍ତ୍ର ହାସଲ କରିବାକୁ ଉଦ୍ୟମ ଚଳାଇଛି । ଏହି ସ୍ଥିତିରେ ଆକାଶରୁ ଦୁଇ ଦେଶର ସେନା ଉପରେ ନଜର ରଖିବା ପାଇଁ ଇସ୍ରାଏଲରୁ ୨ଟି ଫାଲକନ୍ ଆୱାକସ ଆଣିବେ ଭାରତ ସରକାର । ଏହାଫଳରେ ସେନା ଶତ୍ରୁପକ୍ଷ ଉପରେ ନିଜର ଦୃଷ୍ଟି ରଖିପାରିବ ବୋଲି ମନେ କରାଯାଉଛି ।

ବିଶ୍ବସ୍ତ ସୂତ୍ରରୁ ମିଳିିଥିବା ସୂଚନା ଅନୁସାରେ ଭାରତ ଓ ଇସ୍ରାଏଲ ମଧ୍ୟରେ ଏକ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା କ୍ରୟ ବୁଝାମଣା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ଭାରତ ୧ ବିଲିଅନ ଡ଼ଲାର ଏଥିନିମନ୍ତେ ବ୍ୟୟବରାଦ କରିଛି । ଏହି ବୁଝାମଣା ଅନୁସାରେ ଇସ୍ରାଏଲ ଭାରତକୁ ୨ଟି ଫାଲକନ୍ ଏୟାରବର୍ଣ ୱାଣ୍ଣିଂ ଏଣ୍ଡ କଂଟ୍ରୋଲ ସିଷ୍ଟମ (ଆୱାକ୍ସ) ପ୍ରଦାନ କରିବ । କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି ମଞ୍ଜୁରୀକୁ କେବଳ ଅପେକ୍ଷା କରାଯାଇଛି । ଏହି ମଞ୍ଜୁରୀ ପରେ ଫାଲକନ ଆୱାକ୍ସ ଭାରତକୁ ମିଳିପାରିବ ।

- Advertisement -

ଫାଲକନ-ଆୱାକ୍ସକୁ ‘ଆକାଶର ଆଖି’ ବୋଲି କୁହାଯାଏ । ଏହା ୨୪୦ ଡ଼ିଗ୍ରୀରେ ଶତ୍ରୁପକ୍ଷ ଉପରେ ନଜର ରଖିବା ଓ ଆଗୁଆ ସୂଚନା ଦେବାକୁ ସକ୍ଷମ । ଏହି ଉଡ଼ନ୍ତା ରାଡ଼ରକୁ ରୁଷର ନିର୍ମିତ ଇଲ୍ୟୁସିନ-୭୬ ହେଭି ଲିଫ୍ଟ ଏୟାରକ୍ରାଫ୍ଟ ଉପରେ ଖଞ୍ଜାଯିବାକୁ ଯୋଜନା ହୋଇଛି । ଭାରତ ବାୟୁସେନା ନିକଟରେ ପୂର୍ବରୁ ୩ଟି ଫାଲକନ ଆୱାକ୍ସ ବିମାନ ଅଛି । ୨୦୦୯ରୁ ୨୦୧୧ ମଧ୍ୟରେ ଏହାକୁ ଇସ୍ରାଏଲରୁ ଅଣା ଯାଇଥିଲା । ମାତ୍ର ଏବେ ଯେଉଁ ଫାଲକନ ଆୱାକ୍ସ କ୍ରୟ କରାଯିବାକୁ ଯୋଜନା ରହିଛି ତାହା ପୂର୍ବ ଆୱାକ୍ସ ତୁଳନାରେ ଯଥେଷ୍ଟ ଉନ୍ନତ ବୋଲି କୁହାଯାଉଛି । ଏହା ବହୁ ଦୂର ପର୍ଯ୍ୟନ୍ତ କୌଣସି ଉଡ଼ନ୍ତା ବସ୍ତୁ ଉପରେ ନଜର ରଖିବାକୁ ସକ୍ଷମ  ।

ସୂଚନାଯୋଗ୍ୟ ଯେ ଭାରତର ୩ ଶୀର୍ଷ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀ ଦେଶ ମଧ୍ୟରେ ଇସ୍ରାଏଲ ଗୋଟିଏ । ଗତ ୧୦ ବର୍ଷ ମଧ୍ୟରେ ଇସ୍ରାଏଲ ଭାରତକୁ ପ୍ରାୟ ୧୦ ବିଲିଅନ ଡ଼ଲାରର ପ୍ରତିରକ୍ଷା ସାମଗ୍ରୀ ଯୋଗାଇଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories