www.samajalive.in
Monday, December 8, 2025
17.1 C
Bhubaneswar

ମତଦାନରେ ଭାରତର ବିଶ୍ୱ ରେକର୍ଡ: ସିଇସି

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଭାରତ ଐତିହାସିକ ସଫଳତା ହାସଲ କରିଛି। ନିର୍ବାଚନ ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଦେଶରେ ୬୪ କୋଟିରୁ ଅଧିକ ଲୋକ ଏଥର ମତଦାନ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର। ଭୋଟ ଗଣତିର ଦିନକ ପୂର୍ବରୁ ସୋମବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ସମ୍ପର୍କିତ ତଥ୍ୟ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଜୁନ ୪ ମଙ୍ଗଳବାର ଭୋଟଗଣତି ହେବ। ସକାଳ ୮ଟାରୁ ଭୋଟ ଗଣତି ହେବ। ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ରାଜୀବ କୁମାର ମହିଳା ଭୋଟରମାନଙ୍କୁ ସମ୍ମାନ ଜଣାଇଥିଲେ। ୨୦୧୯ ତୁଳନାରେ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା ରହିଛନ୍ତି। ଏଥର ୩୧ କୋଟିରୁ ଅଧିକ ମହିଳା ମତଦାନ କରିଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ସେହିପରି ୮୫ ବର୍ଷରୁ ଅଧିକ ବୟସ୍କ ଲୋକ ଘରେ ଥାଇ ଭୋଟ ଦେଇଛନ୍ତି। ଏହାବ୍ୟତୀତ ଚଳିତବର୍ଷ ଜାମ୍ମୁ-କାଶ୍ମୀରରେ ବିଗତ ୪ ଦସନ୍ଧି ମଧ୍ୟରେ ସର୍ବାଧିକ ମତଦାନ ହୋଇଛି। କାଁ ଭାଁ କେତେକ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସବୁଠି ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହୋଇଥିବାରୁ ଏଥର ପୁନଃନିର୍ବାଚନ ହୋଇନାହିଁ। ୨୭ ରାଜ୍ୟର କୌଣସି ବୁଥରେ ପୁନଃ ନିର୍ବାଚନ କରାଯାଇ ନାହିଁ। ୨୦୧୯ରେ ୫୪୦ ସ୍ଥାନରେ ପୁନଃ ନିର୍ବାଚନ ହୋଇଥିଲା। ଚଳିତ ଥର ମାତ୍ର ୩୯ ବୁଥରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୋଇଛି।

- Advertisement -

ଏହି ନିର୍ବାଚନରେ ଦେଢ଼ କୋଟି ଭୋଟର ଏବଂ ସୁରକ୍ଷାକର୍ମୀଙ୍କ ଯାତାୟତ ପାଇଁ ୧୩୫ଟି ସ୍ୱତନ୍ତ୍ର ଟ୍ରେନ, ୪ ଲକ୍ଷ ବାହନ ଏବଂ ୧୬୯୨ଟି ଫ୍ଲାଟ୍‌‌ ବ୍ୟବହାର କରାଯାଇଥିଲା। ୬୮ ହଜାର ୭୬୩ ମନିଟରିଂ ଦଳ ନିର୍ବାଚନ ଉପରେ ନଜର ରଖିଥିଲେ ବୋଲି ରାଜୀବ କୁମାର ଜଣାଇଥିଲେ।
ତେବେ ଅନେକ ସ୍ଥାନରେ ଗଣମାଧ୍ୟମଗୁଡ଼ିକ ନକରାତ୍ମକ ଦିଗକୁ ଅଧିକ ପ୍ରଚାର ପ୍ରସାର କରିଥିବାରୁ ଏହାଦ୍ୱାରା ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଉପରେ କୁପ୍ରଭାବ ପଡ଼ିଥିଲା ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories