www.samajalive.in
Sunday, December 7, 2025
16.1 C
Bhubaneswar

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୮ ହଜାର ୪୯୩, ଦେଶରେ କରୋନା ଆରୋଗ୍ୟ ହାର ୯୩.୫୮%କୁ ବୃଦ୍ଧି

ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୪୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟ ହାର ୯୩.୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୩ ଲକ୍ଷ ୮୩ ହଜାର ୬୦୨କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ପକ୍ଷରୁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ, ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୫ ହଜାର ୫୭୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୮୯ ଲକ୍ଷ ୫୮ ହଜାର ୪୮୩ରେ ପହଂଚିଛି।

ଦେଶରେ ଆରୋଗ୍ୟ ହାର ବୃଦ୍ଧି ସହ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୫୮୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୧ ହଜାର ୫୭୮କୁ ବୃଦ୍ଧି ପାଇଛି। ଏବେ କରୋନା ଜନିତ ମୃତ୍ୟୁ ହାର ୧.୪୭ ପ୍ରତିଶତକୁ ହ୍ରାସ ପାଇଛି। ସାରା ବିଶ୍ୱରେ ଭାରତର କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ରହିଛି। ଆଜି ସୁଦ୍ଧା ୪ ଲକ୍ଷ ୪୩ ହଜାର ୩୦୩ ଜଣ ସକ୍ରିୟ ଚିକିତ୍ସାଧୀନ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

- Advertisement -

ଗତକାଲି ଗୋଟିଏ ଦିନରେ ସାରା ଦେଶରେ ଥିବା ପରୀକ୍ଷାଗାରଗୁଡ଼ିକରେ ୧୦ ଲକ୍ଷ ୨୮ ହଜାର ୨୦୩ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ମୋଟ କରୋନା ନମୁନା ପରୀକ୍ଷା ସଂଖ୍ୟା ୧୨ କୋଟି ୮୫ ଲକ୍ଷ ୮ ହଜାର ୩୮୯କୁ ବୃଦ୍ଧି ପାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories