www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ-ଆମେରିକା ମଧ୍ୟରେ ହୋଇପାରେ ପି-୮ଆଇ ଚୁକ୍ତି

ନୂଆଦିଲ୍ଲୀ, ୧୪।୯ : ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ନୂଆ ସ୍ତରକୁ ଗତି କରୁଛି। ଭାରତୀୟ ନୌସେନା ପାଇଁ ୬ ଅତିରିକ୍ତ ପି-୮ଆଇ ମେରିଟାଇମ୍ ପେଟ୍ରୋଲ ଏୟାରକ୍ରାଫ୍ଟର ଚୁକ୍ତିକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ପ୍ରାୟତଃ ଶେଷ ହୋଇଛି। ୪ ଅରବ ଡଲାରରେ ଏହି ଚୁକ୍ତି ହେବା ସହିତ ୧୬ରୁ ୧୯ ସେପ୍ଟେମ୍ବର ମଧ୍ୟରେ ଏଥିପାଇଁ ଏକ ଆମେରିକୀୟ ଦଳ ଦିଲ୍ଲୀ ଆସିବ। ଏହି ଦଳରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ, ବୋଇଂ ପ୍ରତିନିଧି ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ଅଧିକାରୀ ସାମିଲ ହେବେ। ଭାରତ ପାଖରେ ବର୍ତ୍ତମାନ ୧୨ଟି ପି-୮ଆଇ ଏୟାରକ୍ରାଫ୍ଟ ଅଛି। ନୌସେନାକୁ ଇଣ୍ଡିଆନ୍ ଓସିୟନ୍ ରିଜନ(ଆଇଓଆର୍)ରେ ନଜର ରଖିବା ସହିତ ଅଧିକ ଶକ୍ତିଶାଳୀ ହେବା ପାଇଁ ଅତିରିକ୍ତ ୬ ଏୟାରକ୍ରାଫ୍ଟର ଆବଶ୍ୟକତା ରହିଛି। ଗତ କିଛି ବର୍ଷ ହେବ ଏହି ଅଞ୍ଚଳରେ ଚୀନର ଯୁଦ୍ଧପୋତ ସଂଖ୍ୟା ବଢ଼ିଛି। ସମ୍ଭାବ୍ୟ ଆଶଙ୍କାକୁ ଦୃଷ୍ଟିରେ ରଖି ନୌସେନା ନିଜ କ୍ଷମତାକୁ ବୃଦ୍ଧି କରିବାକୁ ଯୋଜନା କରୁଛି।

ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରିଥିଲେ ଯାହା ପରେ ପ୍ରତିରକ୍ଷା ଚୁକ୍ତି ଉପରେ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହି ଚୁକ୍ତି ଉପରେ ଶୁଳ୍କ ବୃଦ୍ଧିର କୌଣସି ପ୍ରଭାବ ପଡିବନି। ଫେବୃୟାରୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ୬ ଅତିରିକ୍ତ ପି-୮ଆଇ ଏୟାରକ୍ରାଫ୍ଟ ଚୁକ୍ତି ସମ୍ପର୍କରେ ସହମତି ନେଇ ସୂଚନା ମିଳିଥିଲା। ନୌସେନା ପ୍ରଥମ ଥର ୨୦୦୯ରେ ୮ଟି ପି-୮ଆଇଏୟାରକ୍ରାଫ୍ଟ କ୍ରୟ କରିଥିଲା। ଏହା ପରେ ୨୦୧୬ରେ ଆଉ ୪ଟି କ୍ରୟ କରାଯାଇଥିଲା। ଅତିରିକ୍ତ ୧୦ଟି ଏୟାରକ୍ରାଫ୍ଟ ପାଇଁ ନୌସେନା ଦାବି କରିଥିଲେ ମଧ୍ୟ ୨୦୧୯ରେ ୬ଟି ପାଇଁ ମଞ୍ଜୁରୀ ମିଳିଥିଲା। ଏହି ଏୟାରକ୍ରାଫ୍ଟ ଅନେକ ଦୂର ପର୍ଯ୍ୟନ୍ତ ନଜର ରଖିବା ସହିତ ଗଭୀର ସମୁଦ୍ରରେ ଥିବା ଯୁଦ୍ଧପୋତକୁ ଖୋଜି ନିଷ୍କ୍ରିୟ କରିପାରିବ। ୪୧ ହଜାର ଫୁଟ ଉଚ୍ଚରୁ ଏହା ଉଡ଼ାଣ ଭରିବା ସହିତ ଥରକରେ ୮,୩୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories