www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ-ପାକିସ୍ତାନ ଟକ୍କର, ମ୍ୟାଚ୍‌‌ ଦେଖିବା ପାଇଁ ପହଞ୍ଚିଲେ ସଚିନ୍‌‌,ଅନୁଷ୍କା, ଦୀନେଶ

ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟ। ଆଜି ଭାରତ-ପାକିସ୍ତାନ ଟକ୍କର। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ବିଜୟ ଧାରା ଜାରି ରଖିବାକୁ ଭାରତୀୟ ଦଳ ନଜର ରଖିବ। ଇତିହାସରେ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସାତୋଟି ମ୍ୟାଚ୍ ଖେଳାଯାଇଛି। ଟିମ୍ ଇଣ୍ଡିଆ ସମସ୍ତ ମ୍ୟାଚ୍ ଜିତିଛି। ପୁଣି ଥରେ ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ। ବଡ ବଡ ତାରକା ମଧ୍ୟ ଏହାକୁ ଦେଖିବା ପାଇଁ ଅହମ୍ମଦାବାଦରେ ପହଞ୍ଚୁଛନ୍ତି।
ଭାରତୀୟ ଦଳର ଅଧିକାଂଶ ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ରହିଥାଆନ୍ତି। ସେ ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଦୀନେଶ କାର୍ତ୍ତିକଙ୍କ ସହ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲେ। ଦୀନେଶ କାର୍ତ୍ତିକ ସଭିଁଙ୍କର ଏକତ୍ର ଏକ ଫଟୋ ସେୟାର କରିଥିଲୋ

ଜଣାଶୁଣା ଗାୟକ ଅରିଜିତ ସିଂ ମଧ୍ୟ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ସେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଦର୍ଶନ କରିବେ। ଏକ ବର୍ଷରେ ଦ୍ୱିତୀୟ ଥର ପାଇଁ ଏହି ଷ୍ଟାଡିୟମରେ ଅରିଜିତ୍ ପ୍ରଦର୍ଶନ କରିବେ ।  ଏହାପୂର୍ବରୁ ତାଙ୍କୁ ଆଇପିଏଲ୍ ୨୦୨୩ ର ଓପନିଂ ମ୍ୟାଚ୍ ପୂର୍ବରୁ ଦେଖିବାକୁ ମିଳିଥିଲା।

- Advertisement -

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ଦେଖିବା ପାଇଁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ଷ୍ଟାଡିୟମରେ ପହଞ୍ଚିବେ। ଏଥି ସହିତ ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଷ୍ଟାଡିୟମରେ ରହି ଏହି ମ୍ୟାଚ ଦେଖିବେ।

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବଲିଉଡର ଅନେକ ଭେଟେରାନ୍ ଗାୟକ ଏବଂ ଅଭିନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଗୁରୁବାର ରାତିରେ ବିସିସିଆଇ ଟୁଇଟ୍ କରି କହିଛି ଯେ, ଭେଟେରାନ୍ ଗାୟକ ଅରିଜିତ୍ ସିଂ, ସୁଖବିନ୍ଦର ସିଂ ଏବଂ ଗାୟକ-ସଙ୍ଗୀତକାର ଶଙ୍କର ମହାଦେବନ୍ ମଧ୍ୟ ସେହି କାର୍ୟ୍ୟକ୍ରମରେ ପ୍ରଦର୍ଶନ କରିବେ । ଏହି ତିନିଗାୟକ ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ସେମାନଙ୍କର ସ୍ୱରର ଯାଦୁ ପ୍ରଦର୍ଶନ କରିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories