www.samajalive.in
Thursday, December 11, 2025
13.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ : ଟସ୍ ଜିତି ଟିମ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ଆଡିଲେଡ୍‌: ସୀମିତ ଓଭର ସିରିଜ୍ ପରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ଗୁରୁବାରଠାରୁ ଆରମ୍ଭ ହେଉଛି। ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦିବାରାତ୍ର ହେବ ଏବଂ ଗୋଲାପି ବଲ୍‌ରେ ଖେଳାଯିବ। ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୨-୧ରେ ଜିତିଥିବା ବେଳେ ଟ୍ବେଣ୍ଟି୨୦ ସିରିଜ୍‌କୁ ଭାରତ ସମାନ ବ୍ୟବଧାନରେ ଜିତିଥିଲା। ଟେଷ୍ଟ ସିରିଜ୍‌ରେ ଉଭୟ ଦଳଙ୍କର ଅସଲ ଶକ୍ତିପରୀକ୍ଷା ହେବ। ଶେଷଥର ୨୦୧୮-୧୯ରେ ଉଭୟ ଦଳଙ୍କ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳା ଯାଇଥିବା ବେଳେ ଏସିଆର ପ୍ରଥମ ଦଳ ଭାବେ ବିରାଟ କୋହଲିଙ୍କ ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ ସିରିଜ୍ (୨-୧) ଜିତି ପାରିଥିଲା। ତେବେ ଉକ୍ତ ସିରିଜ୍‌ରେ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍‌ସମ୍ୟାନ ନଥିଲେ। ଏହି ସିରିଜ୍‌ରେ ମଧ୍ୟ ଡେଭିଡ୍‌ ୱାର୍ଣ୍ଣର ଆହତ ଥିବାରୁ ପ୍ରଥମ ଟେଷ୍ଟ ଖେଳିବେନାହିଁ। ପ୍ରତିଭାବାନ ଓପ୍‌ନର ୱିଲ୍ ପ୍ୟୁକୋୱସ୍କି ଆହତହୋଇ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ଭାରତୀୟ ଦଳରେ ମଧ୍ୟ ଆହତଗତ ସମସ୍ୟା ରହିଛି। ରୋହିତ ଶର୍ମା ଆହତହୋଇ ପ୍ରଥମ ୨ଟି ଟେଷ୍ଟରୁ ବାଦ୍ ପଡ଼ିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଆହତ ଅଛନ୍ତି।

- Advertisement -

ଦିବାରାତ୍ର ଟେଷ୍ଟମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସଫଳତମ ଦଳ। ଏହାର ସଫଳତା ହାର ୧୦୦ ପ୍ରତିଶତ। ୨୦୧୫ରୁ ଅଦ୍ୟାବଧି ଅଷ୍ଟ୍ରେଲିଆ ୭ଟି ଦିବାରାତ୍ର ଟେଷ୍ଟ ଖେଳି ସମସ୍ତ ମ୍ୟାଚ୍‌ ଜିତିଛି। ଗତବର୍ଷ ବାଂଲାଦେଶ ବିପକ୍ଷରେ ଭାରତ ଏକମାତ୍ର ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳି ଅଢ଼େଇ ଦିନରେ ଜିତି ନେଇଥିଲା। ତେଣୁ ଅଷ୍ଟ୍ରେଲିଆ ଅଭିଜ୍ଞତା ଦୃଷ୍ଟିରୁ ଆଗରେ ରହିବ। ଟେଷ୍ଟ କ୍ରିକେଟ୍‌ରେ ଭାରତ ଓ ଅ‌େ‌ଷ୍ଟ୍ରଲିଆ ଦୁଇ ଶକ୍ତିଶାଳୀ ଦଳ। ଅଷ୍ଟ୍ରେଲିଆ ବିଶ୍ବର ୧ନଂ ଦଳ ହୋଇଥିବା ବେଳେ ଭାରତ ୩ୟ ସ୍ଥାନରେ ରହିଛି। ଫ୍ଲଡ୍‌ଲାଇଟ୍‌ରେ ଗୋଲାପି ବଲ୍‌ର ମୁକାବିଲା ସହଜ ନୁହେଁ। ମ୍ୟାଚ୍‌ର ପ୍ରଥମ ଅଧିବେଶନ ବ୍ୟାଟିଂ ଲାଗି ସହାୟକ ହେବ। ତେବେ ସୂର୍ଯ୍ୟାସ୍ତ ସମୟରେ ବଲ୍‌ ସ୍ବିଙ୍ଗ୍‌ କରିବାର ନଜିର ରହିଛି। ଆଡିଲେଡ୍‌ର ପିଚ୍ ବ୍ୟାଟିଂ ସହାୟକ ହୋଇଥିଲେ ହେଁ ଏଠାରେ ଫାଷ୍ଟବୋଲରଙ୍କ ପତିଆରା ରହିବ। ଉଭୟ ଦଳରେ ବିଶ୍ବସ୍ତରୀୟ ଫାଷ୍ଟବୋଲର ଥିବାରୁ ମ୍ୟାଚ୍‌ର ଫଇସଲା ହେବା ନିଶ୍ଚିତ ବୋଲି କ୍ରିକେଟ୍‌ ବିଶେଷଜ୍ଞ କହିଛନ୍ତି।

ଅଷ୍ଟ୍ରେଲିଆ ଦଳ​‌ରେ ଜୋସ୍ ହାଜେଲ୍‌ଉଡ୍‌, ବିଶ୍ବର ୧ନଂ ଟେଷ୍ଟ ବୋଲର ପ୍ୟାଟ୍‌ କମିନ୍‌ସ ଓ ମିଚେଲ ଷ୍ଟାର୍କ ରହିଛନ୍ତି। ଭାରତୀୟ ଦଳରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଭଳି ଫାଷ୍ଟବୋଲର ଅଛନ୍ତି। ୪ର୍ଥ ବୋଲର ଭାବେ ଅଷ୍ଟ୍ରେଲିଆ ଅଫ୍‌ସ୍ପିନର ନାଥାନ୍ ଲାୟନ୍‌ଙ୍କୁ ଏବଂ ଭାରତ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନମିଳିଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories