ପିପିଲି : ପିପିଲି ବ୍ଲକ ଅଧିନସ୍ଥ ଦୃର୍ଗାଦାଶପୁର ସେବା ସମବାୟ ସମିତି ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଏହି ମଣ୍ଡିରେ କ୍ୱିଣ୍ଟାଲ ପିଛା ୧୮୧୫ଟଙ୍କା ଦରରେ ମୋଟ୍ ୧୭୬ଜଣ ଚାଷୀଙ୍କ ଠାରୁ ୧୦୯୧ କ୍ୱିଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ଦିନରେ ଦୁଇଜଣ ଚାଷୀଙ୍କ ଠାରୁ ୧୭୫.୨୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ସଂପର୍କରେ ସମବାୟ ସମିତି ସଂପାଦକ ଜ୍ୟୋର୍ତିମୟୀ ଦାଶ ସୂଚନା ଦେଇଛନ୍ତି। ଏହି ଉଦ୍ଘାଟନ ସମୟରେ ସମବାୟ ସମିତିର ସଭାପତି ସଦାଶିବ ଦାଶ, ବ୍ଲକ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ପାଳନ କରି ଧାନ ବିକ୍ରି କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।
Popular Categories



