www.samajalive.in
Tuesday, December 9, 2025
16.1 C
Bhubaneswar

ଆଗାମୀ ବିଧାନସଭା ନିର୍ବାଚନ, ବ୍ୟବହାର ହେବ ଇଭିଏମ ସହ ଭିଭିପାଟ

ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ହେବାକୁ ଥିବା କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଭିଭିପାଟ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ଭୋଟ୍ ଗ୍ରହଣ କେନ୍ଦ୍ରକୁ ପଠାଯିବା ପୂର୍ବରୁ ଦୁଇଥର ଲେଖାଏଁ ଯାଞ୍ଚ କରାଯିବ।

ଭୋଟ୍ ଗ୍ରହଣ ଦିନ ମତଦାନ ଆରମ୍ଭ ହେବାର ୯୦ ମିନିଟ୍ ପୂର୍ବରୁ ମେସିନଗୁଡ଼ିକରେ ପରୀକ୍ଷାମୂଳକ ଭାବେ ୫୦ ଜଣ ମତଦାନ କରିବେ। ଏହି ସମୟରେ ସେଠାରେ ରାଜନୈତିକ ଦଳରଗୁଡ଼ିକର ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ରହିବେ। ସମସ୍ତ ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷାମୂଳକ ମତଦାନର ଫଳାଫଳକୁ ପ୍ରଦର୍ଶନ କରାଯିବ। ପରୀକ୍ଷାମୂଳକ ମତଦାନର ଠିକ୍ ପରେ ପରେ କ୍ଲିୟର୍ ବଟନ୍ ଦବାଯାଇ ମେସିନଗୁଡ଼ିକର ସମସ୍ତ ତଥ୍ୟ ଉଡ଼ାଇ ଦିଆଯିବ। ଏହାପରେ ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ପୋଲିଂ ଏଜେଣ୍ଟମାନଙ୍କ ଉପସ୍ଥିତିରେ ସିଲ୍ କରାଯିବ ଓ ସେମାନଙ୍କର ସ୍ୱାକ୍ଷର ସିଲ୍ ଉପରେ ରହିବ।

- Advertisement -

ଭୋଟ୍ ଗ୍ରହଣ ଶେଷ ହୋଇଯିବା ପରେ ପୋଲିଂ ଏଜେଣ୍ଟମାନଙ୍କ ଉପସ୍ଥିତିରେ ସେଗୁଡ଼ିକୁ ପୁନର୍ବାର ସିଲ୍ କରାଯିବ। ଏହାପରେ
ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ଷ୍ଟ୍ରଙ୍ଗ୍ ରୁମରେ ରଖାଯିବ। ସମସ୍ତ ଷ୍ଟ୍ରଙ୍ଗରୁମରେ ଦୁଇଟି ଲେଖାଏଁ ତାଲା ଲଗାଯିବ। ସେହି ସମୟରେ ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ଉପସ୍ଥିତ ରହିବେ ଓ ସେମାନଙ୍କର ଭିଡ଼ିଓଗ୍ରାଫି କରାଯିବ। ପ୍ରତ୍ୟେକ ଷ୍ଟ୍ରଙ୍ଗରୁମରେ ଦିନରାତି ୨୪ଘଣ୍ଟା ପହରା ଦିଆଯିବ ଓ ଏଥିପାଇଁ ସିସିଟିଭି କ୍ୟାମେରାର ବ୍ୟବହାର କରାଯିବ।

ଭୋଟ୍ ଗଣତି ହେବା ଦିନ କଣ୍ଟ୍ରୋଲ୍ ୟୁନିଟ୍ ଗୁଡ଼ିକରୁ ଫଳାଫଳ ସଂଗ୍ରହ କରାଯିବା ପୂର୍ବରୁ ସିଲ୍ ଗୁଡିକୁ ଯାଞ୍ଚ କରାଯିବ ଓ କଣ୍ଟ୍ରୋଲ ୟୁନିଟ୍ ଗୁଡିକର କ୍ରମିକ ନମ୍ବରଗୁଡ଼ିକୁ ପ୍ରାର୍ଥୀମାନଙ୍କର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଯାଞ୍ଚ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories