www.samajalive.in
Tuesday, December 9, 2025
16.1 C
Bhubaneswar

ସାମାଜିକ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା: ଧର୍ମେନ୍ଦ୍ର ପ୍ରଧାନ

-ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ରୋଜଗାର ତିଆରି ହେବ
-ଇଣ୍ଡିଆନ ଅଏଲର ଆର୍ ଏଣ୍ଡ୍ ଡି ସେଂଟର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଲୋଗୋ ଏବଂ ସ୍ମରଣିକା ଉନ୍ମୋଚିତ
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ସାମାଜିକ ଓ ଆର୍ôଥକ ପରିବର୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ରହିଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱାଦଶତମ ଅନ୍ତରାଷ୍ଟ୍ରୀୟ ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଂଟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭବିଷ୍ୟତ ସ୍ଥାୟୀ ଉର୍ଜାରେ ଭାରତର ଯାତ୍ରା ଉପରେ ମତ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ରୋଜଗାର ତିଆରି ହେବ ଏବଂ ଏହାଫଳରେ ସମାଜର ସବୁ ବର୍ଗର ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ। ଭାରତର ଅର୍ଥନୀତିକୁ ଦୁଇ ଗୁଣା ଗତି ଦେବାରେ ତୈଳ ଏବଂ ଗ୍ୟାସ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଭାରତ ବିଶ୍ୱର ତୃତୀୟ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଏବଂ ଖୁବ ଶୀଘ୍ର ଏହା ଅନ୍ୟ ଦେଶ ତୁଳନାରେ ମୁଣ୍ଡ ପିଛା ଉର୍ଜା ବ୍ୟବହାରରେ ଶୀର୍ଷ ସ୍ଥାନ ଅଧିକାର କରିବ। ସ୍ୱଚ୍ଛ, ସବୁଜ ତଥା ସ୍ଥାୟୀ ସମ୍ବଳ ଦ୍ୱାରା ଭାରତ ଭବିଷ୍ୟତ ଉର୍ଜାର ଆବଶ୍ୟକତାକୁ ପୂରଣ କରିବ ଏବଂ ଏଥିପାଇଁ ନିରନ୍ତର ଅନ୍ୱେଷଣ ଏବଂ ବିକାଶ(ଆର ଏଣ୍ଡ ଡ଼ି)ର ପ୍ରୟାସ କରିବା ଆବଶ୍ୟକ। ଉର୍ଜା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଉପରେ ଆଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଇଥାନଲ ବ୍ଲେଣ୍ଡି, ସିବିଜି, ବାୟୋଡ଼ିଜେଲ, କୋଇଲାରୁ ସିନଗ୍ୟାସ ଏବଂ ଏଲଏନଜିକୁ ପରିବହନ ଇନ୍ଧନ ଭାବରେ ପ୍ରଚାରପ୍ରସାର କରାଯାଉଛି। ନୀତିଗତ ଦୃଷ୍ଟିରୁ ସ୍ପଷ୍ଟ ପୁଞ୍ଜିନିବେଶ ଯୋଜନା, ଭବିଷ୍ୟତକୁ ଲକ୍ଷ୍ୟର ସ୍ପଷ୍ଟ ତଥା କ୍ରିୟାନ୍ୱୟନ ଋଣନୀତିକୁ ସୁଦୃଢ଼ କରିବା ଦିଗରେ ଅନେକ ସମ୍ଭାବନା ସୃଷ୍ଟି ହେଉଛି। ସେହିପରି କେବଳ ଉର୍ଜା ଉପଲବ୍ଧ କରିବା ନୁହେଁ ବରଂ ଉତ୍କୃଷ୍ଟ ଉର୍ଜା ପାଇଁ ତୈଳ ଓ ଗ୍ୟାସ ଶିଳ୍ପ ପ୍ରସ୍ତୁତ। ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲର ଆର ଏଣ୍ଡ ଡି ସେଂଟର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଏକ ଲୋଗୋ ଏବଂ ସ୍ମରଣିକା ଉନ୍ମୋଚନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories