www.samajalive.in
Tuesday, December 9, 2025
16.1 C
Bhubaneswar

ନବରଙ୍ଗପୁର ଜିଲା ବିଜେପି ସମ୍ପାଦକଙ୍କ ଇସ୍ତଫା, ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଦିନକ ପୂର୍ବରୁ ପଦାରେ ପଡିଲା ଦଳୀୟ କନ୍ଦଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବିଜେଡି ତାର କାୟା ବିସ୍ତାର କରି ନବରଙ୍ଗପୁର ଜିଲ୍ଲାରେ ଗତ ନିର୍ବାଚନ ରେ ତାର ସ୍ଥିତି ଜାହିର କରିଥିବା ବେଳେ, ବିଜେଡିର ପ୍ରତିଦ୍ବନ୍ଦୀ ଭାବେ ଛିଡ଼ାହୋଇ ଦ୍ବିତୀୟ ସ୍ଥାନରେ ବିଜେପି ରହିଛି, କଂଗ୍ରେସର ଦୁର୍ବଳ ସାଂଗଠନିକ ଯୋଗୁଁ ବିଗତ ପଞ୍ଚାୟତ ବିଧାନସଭା ଏବଂ ଲୋକସଭାରେ ଦଳ ବିପର୍ଯ୍ୟସ୍ତ ହୋଇ ତୃତୀୟ ସ୍ଥାନରେ ରହିଛି। ଏପରି ସ୍ଥଳେ ଏହି ଦୁଇଦଳ ବିଜେଡି ଏବଂ ବିଜେପି ଦଳରେ ଗୋଷ୍ଠି କନ୍ଦଳ ଏବେ ପଦାରେ ପଡ଼ିଥିବା ଦେଖିବାକୁ ମିଳିଛି। ଗତ ୨ଦିନ ତଳେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ଏକ ବିଜେଡି ଦଳୀୟ ସମ୍ବର୍ଦ୍ଧନା ସଭାରେ ନବରଙ୍ଗପୁର ଜିଲ୍ଲା ପୂର୍ବତନ ସଭାପତି ଅର୍ଜୁନ ତ୍ରିପାଠୀ ଦଳରେ ଦୁର୍ବଳ ନେତୃତ୍ୱ କୁ ନେଇ ପ୍ରଶ୍ନ ଉଠାଇବା ସହ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ। ଏହି ବୈଠକରେ ନବରଙ୍ଗପୁର ବିଜେଡି ଜିଲାସଭାପତି ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଏବଂ ଦଳର ଆଗଧାଡିର ନେତା ପ୍ରମୁଖ ଉପସ୍ଥିତ ଥିଲେ, ପୂର୍ବତନ ସଭାପତିଙ୍କ ଏହି ବୟାନ ପରେ ଦଳ ଭିତରେ ଥିବା ମତଭେଦ କୁ ପଦାରେ ପକେଇଥିଲା। ସେହିପରି ବିଜେପି ଦଳରେ ମଧ୍ୟ ବର୍ତମାନ ଗୋଷ୍ଟୀକନ୍ଦଳ ଦେଖିବାକୁ ମିକୁଥିବା ବେଳେ ଆସନ୍ତାକାଲି ବିଜେପି ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ବିଜେପି ଦଳର ସମ୍ପାଦକ ଦଳରୁ ଇସ୍ତଫା ଦେଇଥିବା କଥା ଶୁଣିବାକୁ ମିଳୁଅଛି। ଜିଲା ବିଜେପିର ମଙ୍ଗ ଧରିଥିବା ଜିଲ୍ଲା ସଭାପତି ଙ୍କ ନେତୃତ୍ୱ ଏବଂ ତାଙ୍କ କାର୍ଯ୍ୟଶୈଳୀ କୁ ଦଳର କିଛି ପୁରୁଖା ନେତା ପ୍ରଶଂସା କରୁନଥିବା ବେଳେ ଦଳ ଭିତରେ ୩ଟି ଗୋଷ୍ଠୀ ଥିବା ମଧ୍ୟ ଶୁଣିବାକୁ ମିଳୁଅଛି।

 

- Advertisement -

ବିଜେପି ଦଳର ବରିଷ୍ଠ ନେତା ପର୍ଶୁରାମ ମାଝୀ, ବଳଭଦ୍ର ମାଝୀଙ୍କୁ ମଧ୍ୟ ଗୋଟିଏ ଗୋଷ୍ଠୀ ସହଯୋଗ କରୁନଥିବା ଶୁଣିବାକୁ ମିଳୁଛି। ଏପଟେ କିଛି ଦିନତଳେ ଜିଲ୍ଲା କାର୍ଯ୍ୟକାରୀ କମିଟି ଚୟନ ରେ ପlତର ଅନ୍ତର ମତଭେଦ କରୁଥିବା ଅଭିଯୋଗ କରିଥିଲେ ଦଳୀୟ କର୍ମୀ, ଏବଂ କର୍ମୀ ମାନଙ୍କ ମତ ନ ନେଇ କମିଟି ଗଠନକୁ ନା ପସନ୍ଦ କରିଥିବା କହିଛନ୍ତି ଦଳୀୟ କର୍ମୀ। ଦଳରେ ଥିବା ମତଭେଦ କୁ ନେଇ କେହିବି ପାଟି ଖୋଲୁନଥିବା ବେଳେ ଦଳର ଦୁର୍ବଳ ନେତୃତ୍ତ୍ବ ଏବଂ ମନମୁଖୀ କାର୍ଯ୍ୟ ପାଇଁ ଆଗାମୀ ପୌର ନିର୍ବାଚନରେ ଦଳ ପାଇଁ ଏହା ପ୍ରଭାବ ପକେଇବ ବୋଲି ନିଜ ନାମ ଗୋପନ ରଖି ଦଳର ଜଣେ ବରିଷ୍ଠ ନେତା ଆମ ପ୍ରତିନିଧି କୁ ଜଣାଇଛନ୍ତି। ଏପଟେ କିଛି ଦିନ ପୂର୍ବେ ରାଜ୍ୟ ବିଜେପି କାର୍ଯ୍ୟକାରୀ ସଭାପତି ବଳଭଦ୍ର ମାଝୀଙ୍କ ପୁତୁରା ବାହାଘର ଚନ୍ଦାହାଣ୍ଡି ଫଟକି ଗ୍ରାମରେ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ବିଜେପି ଜିଲା ସମ୍ପାଦକ ମନୋଜ ମହାକୁଡ ଜିଲା କାର୍ଯ୍ୟକାରୀ ଗଠନ ତଥା ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀ ପ୍ରତି ଆକ୍ଷେପ କରିଥିବାକୁ ନେଇ ଜିଲା ବିଜେପି ସଭାପତି ମନୋଜଙ୍କୁ କୈଫିୟତ ତଲବ ମାଗିଥିଲେ। ଆଜି ମନୋଜଙ୍କ ଇସ୍ତଫା ପତ୍ର ପ୍ରଦାନ ଦଳର ଆଭ୍ୟନ୍ତରୀଣ କନ୍ଦଳ କୁ ପଦାରେ ପକାଇଅଛି। ଆଗକୁ ପୌର ନିର୍ବାଚନ ଦୁଇ ଦଳର ଆଭ୍ୟନ୍ତରୀଣ କହଳ ର ଫାଇଦା କୁ କଂଗ୍ରେସ ଫାଇଦା ଉଠାଇବା ପାଇଁ ରଣକୌଶଳ କରିବ ବୋଲି ଆଲୋଚନା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories