ଭୁବନେଶ୍ବର: ଶନିବାର ରାଜଧାନୀରେ ଟିକାକରଣ ୯୧.୪ ପ୍ରତିଶତ ହୋଇଛି। ୩ଟି କେନ୍ଦ୍ରରେ ମୋଟ ୫୧୦ ଜଣ ଟିକା ନେବା ପାଇଁ ସ୍ଥିର କରାଯାଇଥିବା ବେଳେ ୪୬୬ ଜଣ ଟିକା ନେଇଛନ୍ତି। ରାଜଧାନୀରେ ଟିକାକରଣ ଉତ୍ସାହଜନକ ରହିଛି। ଗତ ଶନିବାରରୁ କରୋନା ଟିକାକରଣ ଶୁଭାରମ୍ଭ ହୋଇଥିଲା। ରାଜଧାନୀରେ ୯୦୦୦ କୋଭାକ୍ସିନ ଦିଆଯିବାକୁ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲେ ହେଁ ଏଯାବତ୍ ୮ ଦିନ ସୁଦ୍ଧା ୭୪୪୧ ଜଣ ଟିକା ନେଇଥିବା ଜଣାପଡିଛି।
ଆଜି ଟିକାକରଣ ବନ୍ଦ ରହିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେହିପରି ସୋମବାର ଟିକାକରଣ ପାଇଁ ୯୬୦ ଟାର୍ଗେଟ ରହିଛି। ଏନେଇ ୫ କେନ୍ଦ୍ରରେ ୧୦ଟି ସେସନ୍ କରାଯାଇଛି। କେନ୍ଦ୍ରରେ ରହିଛି କ୍ୟାପିଟାଲ ହସ୍ପିଟାଲ, କା କ୍ଲିନିକ, ସମ୍ଝ ହସ୍ପିଟାଲ, ହାଇଟେକ ଏବଂ ଏମ୍ସ୍। ସେହିପରି ଶନିବାର କ୍ୟାପିଟାଲ ହସ୍ପିଟାଲରେ ୧୬୬ ଜଣ ଟିକା ନେଇଥିବା ନିର୍ଦେଶକ ସୂଚନା ଦେଇଛନ୍ତି।



