www.samajalive.in
Thursday, December 11, 2025
15.1 C
Bhubaneswar

ନବରଙ୍ଗପୁର ଜିଲାରେ ସ୍ୱାସ୍ଥ୍ୟସେବା ଗୁରୁତର, ୨୪୪ ବଦଳରେ ଅଛନ୍ତି ୮୬ ଡାକ୍ତର

ନବରଙ୍ଗପୁର: ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁସିତ ଜିଲାରେ ସ୍ୱାସ୍ଥ୍ୟସେବା ବିଗିଡିବାରେ ଲାଗିଛି। ଉପଯୁକ୍ତ ଚିକିତ୍ସାସେବାରୁ ଜିଲାବାସୀ ବଞ୍ଚିତ ହେଉଛନ୍ତି। ଏହାର ନିରାକରଣ ପାଇଁ କାହାରି ନିଘା ନ ଥିବା ପରି ମନେ ହେଉଛି। ଜିଲାରେ ବର୍ଷ ବର୍ଷ ଧରି ଖାଲି ପଡିଥିବା ଶତାଧିକ ଡାକ୍ତର ଓ ବିଶେଷଜ୍ଞ ପଦ ପୂରଣ ହୋଇପାରୁନି। ଠିକ ସମୟରେ ଚିକିତ୍ସା ନ ପାଇ ଅକାଳ ଅନେକଙ୍କ ଜୀବନ ଦୀପ ଲିଭିଯାଉଛି। ଜିଲାରେ ୧୦ଟି ବ୍ଲକ ରହିଛି। ୧୪ ଲକ୍ଷରୁ ଅଧିକ ଜନସଂଖ୍ୟା। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରୁନି। ଜିଲାରେ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ୪୧ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟରେ ଉପଖଣ୍ଡ ଚିକିତ୍ସାଳୟ ଓ ନବରଙ୍ଗପୁରରେ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି।

ଏହି ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନ ଥିବାରୁ ଚିକିତ୍ସାସେବା ଗୁରୁତର ହେଉଛି। ଜିଲାରେ ୨୪୪ ଡାକ୍ତର ପଦ ରହିଥିବା ବେଳେ ମାତ୍ର ୮୬ ଡାକ୍ତର କାର୍ୟ୍ୟ କରୁଛନ୍ତି। ଅଦ୍ୟାବଧି ୧୫୮ଟି ପଦ ଖାଲି ପଡିବା ଉଦ୍‌ବେଗର ବିଷୟ ପାଲଟିଛି। ଜିଲାରେ ବିଶେଷଜ୍ଞ ଡାକ୍ତର ୬୮ ଟି ପଦ ମଧ୍ୟରୁ ମାତ୍ର ୧୪ ଜଣ ରହିଛନ୍ତି। ୫୪ଟି ପଦ ଖାଲି ପଡିଛି। ସର୍ଜନ (ଏମ୍‌ବିବିଏସ) ୧୭୬ ପଦରୁ ମାତ୍ର ୭୨ ଜଣ ରହିଥିବା ବେଳେ ୧୦୪ଟି ପଦ ପୂରଣ ହୋଇପାରିନି। ଦନ୍ତରୋଗ ଡାକ୍ତର ୧୨ରୁ ୬ଟି ପଦ ଖାଲି ରହିଛି। ଫାର୍ମସିଷ୍ଟ ୭୩ରୁ ୬୩ ଜଣ ରହିଥିବା ବେଳେ ୧୦ଟି ପଦ ଖାଲି ପଡିଛି। ଷ୍ଟାଫନର୍ସ ୫୭ରୁ ୪୦ ଜଣ ଥିବା ବେଳେ ୧୭ଟି ଖାଲି ରହିଛି। ଷ୍ଟାଫନର୍ସ (୧୦୩୦୧) ୧୦ରୁ ୭ ଜଣ ଥିବା ବେଳେ ୩ ଖାଲି, ଏଏନ୍‌ଏମ୍‌ ୩୨୩ରୁ ୨୬୨ ଜଣ ରହିଥିବା ବେଳେ ୬୧ ପଦ ଖାଲି ରହିଛି। ଲାବରେଟାରୀ ଟେକ୍ନିସିଆନ ୨୯ରୁ ୧୭ ଜଣ ରହିଥିବା ବେଳେ ୧୨ଟି ପଦ ଖାଲି ରହିଛି। ଏହି ତଥ୍ୟକୁ ଦେଖିଲେ ଜିଲାରେ ସ୍ୱାସ୍ଥ୍ୟସେବାର ଚରମ ଅବହେଳା ପ୍ରମାଣିତ କରୁଛି। ଏହାଛଡା ସମଗ୍ର ଜିଲାରେ ଜଣେ ମଧ୍ୟ ଅସ୍ଥିଶଲ୍ୟ, ଚର୍ମରୋଗ ଓ ଆନେସ୍‌ଥେସିଆ ଓ ମାନିସିକ ଚିକିତ୍ସା ବିଶେଷଞ୍ଜ ଡାକ୍ତର ନାହାନ୍ତି। ଅସ୍ଥିଶଲ୍ୟ ବିଶେଷଜ୍ଞ ନ ଥିବାରୁ ଦୁର୍ଘଟଣାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନି। ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ମାନସିକ ରୋଗ ବିଶେଷଜ୍ଞ ନ ଥିବାରୁ ଭିନ୍ନକ୍ଷମ ପରୀକ୍ଷା ଓ ପ୍ରମାଣପତ୍ର ପ୍ରଦାନ ହୋଇପାରୁନି।

- Advertisement -

ଜିଲାର ଦୁର୍ଗମ ଅଞ୍ଚଳର ଗରିବ ଭିନ୍ନକ୍ଷମ ପ୍ରତି ମାସ ୧୮ ତାରିଖରେ ଆସି ପ୍ରମାଣପତ୍ର ନ ପାଇ ନିରାଶ ହୋଇ ଫେରୁଛନ୍ତି। ଜିଲାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୮ଟି ବିଶେଷଜ୍ଞ ପଦରୁ ଖାଲି ରହିଛି। ପିପିସିରେ ମଧ୍ୟ ୨ଜଣ ଡାକ୍ତର ପଦ ଖାଲି ପଡିଛି। ଆରବିକେଏସରେ ୪୦ରୁ ୬ଟି ଡାକ୍ତର ପଦ ଖାଲି ରହିଛି। ଆୟୁଷ ଡାକ୍ତର ୪୯ ପଦରୁ ମାତ୍ର ୧୨ ଜଣ ଥିବା ବେଳେ ୩୭ ପଦ ପୂରଣ ହୋଇପାରୁନି। ଏଠାରେ ସିଟିସ୍କାନ ମେସିନ ନାହି। ସେହିପରି ଡାଇଲେସିସ୍‌ କେନ୍ଦ୍ରରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି। ମାତ୍ର ୩ଟି ମେସିନ ରହିଥିବାରୁ ବହୁରୋଗୀ ଠିକ୍‌ ପରୀକ୍ଷା କରିବାରେ ସକ୍ଷମ ହୋଇ ପାରୁ ନ ଥିବାରୁ ଆହୁରି ଦୁଇଟି ମେସିନର ଆବଶ୍ୟକତା ରହିଛି। ଏହାଛଡା ଇସିଜି ମେସିନ କାମ କରୁ ନ ଥିବାରୁ ରୋଗୀ ହଇରାଣ ହେଉଛନ୍ତି। ଜରୁରୀକାଳିନ ଆଇସିୟୁର ଇସିଜି ଉପରେ ନିର୍ଭର କରିବାକୁ ପଡୁଛି। ଡାକ୍ତର ଅଭାବ କାରଣରୁ ବର୍ହିଃ ବିଭାଗରେ ମଧ୍ୟ ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ବସିବାକୁ ସକ୍ଷମ ହୋଇ ପାରୁନାହାନ୍ତି। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories