www.samajalive.in
Monday, December 8, 2025
14.1 C
Bhubaneswar

ନାବାଳକକୁ ଫାଷ୍ଟଫୁଡ୍‌ ଦୋକାନରେ ରଖିଥିଲେ, ଦରମା ନଦେଇ ଏପରି କରିବାରୁ ମାଲିକଙ୍କୁ ମାରି ଦେଇଥିବା ଅଭିଯୋଗ

ଗୋପାଳପୁର – ଗୋପାଳପୁର ରେଉ ସାହିର ଏକ ବନ୍ଦ କୋଠରୀ ପରିସରରୁ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ପୁଲିସ ପକ୍ଷରୁ ପର୍ଦ୍ଦାଫାଶ କରାଯାଇଛି। ବ୍ୟବସାୟୀ ଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରା ଯାଇଥିବା ବେଳେ ଏଥିରେ ଜଣେ ନାବାଳକ ସମ୍ପୃକ୍ତ ରହିଥିବା ପୁଲିସ ସୂଚନା ଦେଇଛି। ନାବାଳକ ଜଣଙ୍କୁ ସନ୍ଧ୍ୟା ରେ ଜେ ଜେ ଭି ରେ ହାଜର କରାଯିବା ପରେ ବାଳ ସୁଧାର ଗୃହକୁ ପଠାଇ ଦିଆ ଯାଇଛି। ବ୍ୟବସାୟ ଙ୍କ ଅତ୍ୟାଚାର ରେ ଅତିଷ୍ଠ ହୋଇ ନାବାଳକ ଜଣଙ୍କ ତାଙ୍କୁ ଯୋଜନା କରି ହତ୍ୟା କରିବା ପରେ ଫେରାର ହୋଇ ଯାଇଥିଲା। ପୁଲିସ ପକ୍ଷରୁ ତଦନ୍ତ କରା ଯାଇ ନାବାଳକକୁ ଭଞ୍ଜନଗର ରୁ ଧରିବା ସହ ଥାନା କୁ ଆଣି ପଚରାଉଚରା ସମୟରେ ସେ ହିଁ ଜଗନ୍ନାଥ ଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ନାବାଳକ ଜଣଙ୍କ ଗତ ଦେଢବର୍ଷ ହେଲା ଗାଙ୍ଗପୁର ରେ ମୃତକ ଜଗନ୍ନାଥ ନାୟକ ଙ୍କ ନିକଟରେ ଖୋଲା ଯାଇଥିବା ଫାଷ୍ଟଫୁଡରେ ହେଲପର ଭାବେ ମାସିକ ୧୫୦୦ ଟଙ୍କା ଦରମାରେ କାମ କରୁଥିଲେ।ଏହା ମଧ୍ୟରେ ଗତ ୩ମାସ ତଳେ ଗୋପାଳପୁର ରେ ଜଗନ୍ନାଥ ଙ୍କ ପକ୍ଷରୁ ଫାଷ୍ଟଫୁଡ ଖୋଲା ଯିବା ପରେ ନାବାଳକ ଜଣଙ୍କ ଗୋପାଳପୁର ରେ କାମ କରିବା ସହ ଜଗନ୍ନାଥ ଙ୍କ ନିକଟରେ ରହି ଆସୁଥିଲେ। ନାବାଳକ ପକ୍ଷରୁ ଜଗନ୍ନାଥଙ୍କୁ ମାସିକ ଦରମା ମାଗିଲେ, ଜଗନ୍ନାଥ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ।ଏପରି ନାବାଳକ ଙ୍କ ଭଉଣୀ ଙ୍କୁ ମଧ୍ୟ ଜଗନ୍ନାଥ ଦୁର୍ବ୍ୟବହାର କରିଥିଲେ ବୋଲି ନାବାଳକ ଜଣଙ୍କ ପୁଲିସ ସାମ୍ନାରେ ମତ ରଖିଥିଲେ। ଅନେକ ସମୟରେ ଜଗନ୍ନାଥଙ୍କୁ ନାବାଳକ ମାସିକ ଦରମା ମାଗିଲେ ସେ ଟଙ୍କା ଚୋରାଇ ଥିବାର ଭୟ ଦେଖାଇ ପୁଲିସ ରେ ମାମଲା ରୁଜୁ କରିବାର ମଧ୍ୟ ଭୟ ଦେଖାଇ ଆସୁଥିଲେ।ଏହି ସବୁ କାରଣରୁ ଜଗନ୍ନାଥଙ୍କୁ ରାସ୍ତା ରୁ ହଟାଇବା ପାଇଁ ନାବାଳକ ଜଣଙ୍କ ଯୋଜନା ପ୍ରସ୍ତୁତ କରିଥିଲା।ଗତ ୨୮ ତାରିଖ ଅପରାହ୍ନରେ ଫାଷ୍ଟଫୁଡରେ କାମ କରୁଥିବା ଏବଂ ଉକ୍ତ ଘରେ ରହୁଥିବା ଜଣେ କର୍ମଚାରୀ ଛୁଟିରେ ଘରକୁ ପଳାଇ ଯାଇଥିବାର ସୁଯୋଗ ନେଇ ନାବାଳକ ଜଣଙ୍କ ଜଗନ୍ନାଥ ଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଘରର ତଳେ ଥିବା ଏକ ପଥର ଏବଂ ଲୁହା ର ଏକ ଗେଡାକୁ କୋଠରୀ ପରିସରରେ ରଖିଥିଲା।୨୮ ତାରିଖ ମଧ୍ୟ ରାତିରେ ଜଗନ୍ନାଥ ଶୋଇପଡିବା ପରେ ନାବାଳକ ଜଣଙ୍କ ପୂର୍ବ ଯୋଜନା ମୁତାବକ ପ୍ରଥମେ ପଥରରେ ଜଗନ୍ନାଥ ଙ୍କ ମୁଣ୍ଡ ରେ ଛେଛି ଦେଇଥିଲେ। ଏଥିରେ ଜଗନ୍ନାଥ ଅଚେତ ହୋଇ ପଡ଼ିବା ପରେ ଲୁହା ଗେଡା ରେ ବାରମ୍ବାର ଜଗନ୍ନାଥ ଙ୍କ ମୁଣ୍ଡ କୁ ପିଟି ଚାଲିଥିଲେ।

ଯାହାଫଳରେ ଘଟଣା ସ୍ଥଳରେ ଜଗନ୍ନାଥ ଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଯୋଗ୍ୟ ଯେ ଗତ ରବିବାର ଦିନ ଜଗନ୍ନାଥ ଙ୍କ ଗଳିତ ମୃତ ଦେହକୁ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇଥିଲା। ଘଟଣା ନେଇ ମୃତକଙ୍କ ଭାଇ ପୂର୍ଣଚନ୍ଦ୍ର ଙ୍କ ପକ୍ଷରୁ ତାଙ୍କ ଭାଇଙ୍କୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଗୋପାଳପୁର ଥାନା ଆଇଆଇସି ଦାୟିତ୍ଵ ରେ ରହିଥିବା ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଙ୍କ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ନାବାଳକ କୁ ଧରିବାରେ ସକ୍ଷମ ହୋଇଥିଲେ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକ କୁମାର ସୂଚନା ଦେଇଛନ୍ତି

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories