www.samajalive.in
Thursday, December 11, 2025
23.1 C
Bhubaneswar

ତନ୍ତ୍ର ବିଶ୍ୱାସୀ ଇମ୍ରାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ଅନେକ ମହିଳାଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗ ହୁଏ। ସେ ପ୍ରଥମେ ବ୍ରିଟେନର ଜଣେ କୋଟିପତିଙ୍କ ଝିଅ ଜେମିମା ଗୋଲ୍ଡସ୍ମିଥ୍‍ଙ୍କୁ ୧୯୯୫ରେ ବିବାହ କରିଥିଲେ। ୨୦୦୪ ଜୁନ୍‍ରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା। ସେମାନଙ୍କର ଦୁଇ ପୁଅ ଅଛନ୍ତି। ୨୦୧୫ରେ ଟେଲିଭିଜନ ଉପସ୍ଥାପିକା ରେହମ ଖାଁଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ମାତ୍ର ୧୦ ମାସ ତିଷ୍ଠି ଥିଲା। ଏହାପରେ ୨୦୧୮ ଫେବୃଆରୀ ୧୮ ତାରିଖରେ ଇମ୍ରାନ୍‍ ଜଣେ ତନ୍ତ୍ରସାଧିକା ବୁସ୍ରା ମାନେକାଙ୍କୁ ବିବାହ କରିଥିଲେ। କୁହାଯାଏ, ପିଙ୍କି ପୀର୍‍ ନାମରେ ପରିଚିତ ବୁସ୍ରାଙ୍କ ନିକଟକୁ ଇମ୍ରାନ ବରାବର ମାର୍ଗଦର୍ଶନ ପାଇବାକୁ ଯାଉଥିଲେ। ​ସେ ତାଙ୍କୁ ବିବାହ କଲେ ରାଜନୈତିକ କ୍ଷେତ୍ରରେ ଉଚ୍ଚ ସ୍ଥାନକୁ ଉଠିବେ ଏବଂ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ବୁସ୍ରା ପ୍ରସ୍ତାବ ଦେଇଥିଲେ। ତେଣୁ ଇମ୍ରାନ ତାଙ୍କୁ ବିବାହ କରିଥିଲେ।

ଇମ୍ରାନଙ୍କ ସାମ୍ପ୍ରତିକ ରାଜନୈତିକ ସଙ୍କଟ ଟାଳିବାକୁ ବୁସ୍ରା ବିବି ପ୍ରୟାସ କରିବା ସହିତ ତନ୍ତ୍ର ସାଧନାକରି ବହୁ ସଂଖ୍ୟକ କୁକୁଡା ବଳି ପକାଇଥିବା ସାମାଜିକ ଗଣମାଧ୍ୟମଗୁଡିକରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଇମ୍ରାନ ତାହାକୁ ଅସ୍ୱୀକାର କରିଛନ୍ତି। ଇମ୍ରାନ ପ୍ରଧାନମନ୍ତ୍ରୀ ହେଲେ ସତ, କିନ୍ତୁ ପାଞ୍ଚବର୍ଷ କାର୍ଯ୍ୟକାଳ ପୂରଣ କରିପାରିଲେ ନାହିଁ। ତାଙ୍କ ପଦକ୍ଷେପ ବିରୋଧରେ ବିରୋଧୀ ଦଳ କରିଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଦେଶରେ ଜଣେ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ ତାଙ୍କ ପଦବୀରେ ରହିବେ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ରାୟକୁ ଦେଶର ବିରୋଧୀ ଦଳ ସହ ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories