www.samajalive.in
Wednesday, December 10, 2025
18.1 C
Bhubaneswar

ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍‌

ଇସଲାମାବାଦ: ପାକିସ୍ତାନର ସ୍ବତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ସହ ତାଙ୍କ ଘନିଷ୍ଠ ସହଯୋଗୀ ତଥା ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସିଙ୍କୁ ମଧ୍ୟ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଦେଶର ଗୋପନୀୟ ତଥ୍ୟ ଲିକ୍‌ କରିବା ମାମଲାରେ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଇମ୍ରାନ ଖାନଙ୍କ ପାର୍ଟି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅଧିନ ଗଠିତ ସ୍ୱତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ୍ କରିବା ମାମଲାରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏବେ ଇମ୍ରାନ ଖାନ(୭୧) ଏବଂ ଶାହ ମହମ୍ମଦ କ୍ୟୁରେସି(୬୭) ରାୱଲପିଣ୍ଡିର ଅଡ଼ିଆଲା ଜେଲରେ ଅଛନ୍ତି। ଜେଲ୍‌ରୁ ହିଁ ଉଭୟ ଶୁଣାଣିରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

- Advertisement -

ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ହୋଇଥିଲା। ଆମେରିକାରେ ଥିବା ପାକିସ୍ତାନର ଦୂତାବାସ ପକ୍ଷରୁ ଗୁପ୍ତ ଭାବେ କିଛି ପ୍ରତିନିଧିଙ୍କୁ ଇସଲାମାବାଦ ପଠାଯାଇଥିଲା। ଇମ୍ରାନ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇମ୍ରାନ ଖାନଙ୍କୁ ପୁଲିସ ଗିରଫ କରିଥିଲା। ଏବେ ତାଙ୍କୁ ପାକିସ୍ତାନର ସ୍ବତନ୍ତ୍ର କୋର୍ଟ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

 

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories