www.samajalive.in
Thursday, December 11, 2025
16.1 C
Bhubaneswar

ଡଲାର ତୁଳନାରେ ରେକର୍ଡ଼ସ୍ତରରେ ପାକ୍‍ ମୁଦ୍ରା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନର ମୁଦ୍ରା ରେକର୍ଡ ସ୍ତରକୁ ଖସି ଆସିଛି। ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁଁ ଦୁର୍ବଳ ମୁଦ୍ରା ଆହୁରି ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଦେଶର ଏହି ଆର୍ଥିକ ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛି ବିରୋଧୀ ଦଳ।
ପାକିସ୍ତାନର ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ୍‍ ମୁଖ୍ୟ ନୱାଜ୍‍ ସରିଫଙ୍କ ଅଭିଯୋଗ ଅନୁଯାୟୀ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ଋଣ ନେବା ପାଇଁ ଇମ୍ରାନ୍‍ ଗୋପନୀୟ ଭାବେ ଆଇଏମଏଫର ସର୍ତ୍ତକୁ ମାନି ନେଇଛନ୍ତି। ତେଣୁ ପାକିସ୍ତାନ ଅର୍ଥବ୍ୟବସ୍ଥାରେ ଏହି ସ୍ଫଳନ ଦେଖାଦେଇଛି। ଏ ସମ୍ପର୍କରେ ଇମ୍ରାନ୍‍ ଦେଶବାସୀଙ୍କୁ ଅନ୍ଧାରରେ ରଖିଥିବାରୁ ସେ ଇସ୍ତଫା ଦେବା ଉଚିତ।
ପାକିସ୍ତାନ ମୁଦ୍ରା ଶୁକ୍ରବାର ଦିନ ପ୍ରତି ଆମେରିକୀୟ ଡଲାର ତୁଳନାରେ ୧୪୪ ଅତିକ୍ରମ କରିଥିଲା। ଅଦ୍ୟାବଧି ଆମେରିକୀୟ ଡଲାର ତୁଳନାରେ ପାକ୍‍ ମୁଦ୍ରା ଏତେ ନିମ୍ନ ସ୍ତରକୁ ଖସି ନଥିଲା। ଇମ୍ରାନ୍‍ ସରକାରଙ୍କ ୧୦୦ଦିନର ଉପଲବ୍ଧି ପାଳନର ମାତ୍ର ଗୋଟିଏ ଦିନ ପରେ ପାକ୍‍ ମୁଦ୍ରା ରେକର୍ଡ଼ ପରିମାଣରେ ହ୍ରାସ ପାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories