www.samajalive.in
Monday, December 8, 2025
14.1 C
Bhubaneswar

ହ୍ୱାଟ୍ସଆପ୍‍ ୟୁଜରଙ୍କ ପାଇଁ ଜରୁୁରୀ ସୂଚନା: ୨୦୨୧ରେ ଏହି ଫୋନ୍‍ଗୁଡ଼ିକରେ କାମ କରିବନାହିଁ ଆପ୍‍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‍ ସ୍ମାର୍ଟଫୋନ୍‍ର ଏକ ଖାସ୍‍ ତଥା ବହୁଳ ବ୍ୟବହୃତ ଆପ୍‍। ଭାରତରେ ଏହାର କୋଟି କୋଟି ବ୍ୟବହାରକାରୀ ଅଛନ୍ତି। ୟୁଜରମାନଙ୍କୁ ଉନ୍ନତ ମାନର ମେସେଜିଂ ସିଷ୍ଟମ ଉପଲବ୍ଧ କରାଇବା ପାଇଁ ହ୍ୱାଟ୍ସଆପ୍‍ ନିଜକୁ ଅପଡେଟ୍‍ ମଧ୍ୟ କରୁଥାଏ। ନୂଆବର୍ଷରେ ହ୍ୱାଟ୍ସଆପ୍‍ ପୁଣି ଅପଡେଟ୍‍ ହେବ, କିନ୍ତୁ ଏଥର କିଛି ଫୋନରେ ଏହି ମେସେଜିଂ ଆପ୍‍ କାମ କରିବନାହିଁ। ଏହାସହିତ ଏଥିପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିବ ନାହିଁ।

ଏହି ଆଣ୍ଡ୍ରୋଏଡ଼୍‍ ଭର୍ସନରେ କାମ କରିବ ନାହିଁ –

- Advertisement -

ସବୁ ବର୍ଷ ଭଳି ୨୦୨୧ରେ ମଧ୍ୟ ହ୍ୱାଟ୍ସଆପ୍‍ର ଫିଚରଗୁଡ଼ିକ ଅପଡେଟ୍‍ ହେବ। ଏଥିସହ ପୁରୁଣା ଆଣ୍ଡ୍ରୋଏଡ଼୍‍ ଭର୍ସନଗୁଡ଼ିକରେ ହ୍ୱାଟ୍ସଆପ୍‍ ସେବା କାମ କରିବା ବନ୍ଦ ହୋଇଯିବ। ବିଶେଷଜ୍ଞଙ୍କ ମୁତାବକ, ଯଦି କୌଣସି ଫୋନରେ ୪.୦.୩ ତଳେ ଆଣ୍ଡ୍ରୋଏଡ଼୍‍ର ଭର୍ସନ ଅଛି, ତେବେ ହ୍ୱାଟ୍ସଆପ୍‍ ଏଥିରେ କାମ କରିବନାହିଁ। ୨୦୨୧ରେ ଯଦି ଆପଣ ନିଜ ଫୋନରେ ହ୍ୱାଟ୍ସଆପ୍‍ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣ ୪.୦.୩ ଉପରେ ଯେକୌଣସି ଭର୍ସନ ଇନ୍‍ଷ୍ଟଲ୍‍ କରନ୍ତୁ। ଚଳିତ ବର୍ଷ ଫେବୃୟାରୀ ମାସରେ ହ୍ୱାଟ୍ସଆପ୍‍ ୨.୩.୭ ତଳର ଆଣ୍ଡ୍ରୋଏଡ଼୍‍ ଭର୍ସନରେ ସେବା ବନ୍ଦ କରିଥିଲା।

iphone ତାଲିକା-

ଆଣ୍ଡ୍ରୋଏଡ଼୍‍ ବ୍ୟତୀତ ଏହି ନିୟମ ଆପଲ୍‍ର iphone ଉପରେ ମଧ୍ୟ ଲାଗୁ ହେବ। ନୂଆ ବର୍ଷରେ iphone 4, iphone 4s, iphone 5, iphone 5s, iphone 6 ଓ iphone 6sରେ ହ୍ୱାଟ୍ସଆପ୍‍ କାମ କରିବନାହିଁ। ଏଥିପାଇଁ ବ୍ୟବହାରକାରୀଙ୍କୁ ios 9 ଭର୍ସନରେ ଫୋନ୍‍କୁ ଅପଗ୍ରେଡ଼୍‍ କରିବାକୁ ପଡ଼ିବ। ସେହିପରି iphone 6s, 6 plus ଓ iphone SEକୁ ios 14ରେ ଅପଡେଟ୍‍ କରାଯାଇପାରିବ। ତେବେ ହ୍ୱାଟ୍ସଆପ୍‍ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହେବା ବାକି ଅଛି।

କେମିତି ଜାଣିବେ ଫୋନ୍‍ର ଭର୍ସନ-

ଆଣ୍ଡ୍ରୋଏଡ଼୍‍ ଭର୍ସନ ବ୍ୟତୀତ HTC Desire, LG optimus Black, Motorola Droid Razr, Samsung Galaxy S2 ଆଦି ମଡେଲଗୁଡ଼ିକରେ ମଧ୍ୟ ହ୍ୱାଟ୍ସଆପ୍‍ ସେବା ବନ୍ଦ ହୋଇଯିବ। ଯଦି ଆପଣ ନିଜ ଆଣ୍ଡ୍ରୋଏଡ଼୍‍ ଭର୍ସନ ଜାଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ ସେଟିଙ୍ଗ୍‍ସକୁ ଯାଆନ୍ତୁ। ଏହାପରେ ସବୁଠୁ ତଳେ ଆପଣଙ୍କୁ ଏବାଉଟ୍‍ ଫୋନ୍‍ ଅପ୍ସନ୍‍ ମିଳିବ। ସେଠାକୁ ଯାଇ ଆପଣ ନିଜ ଭର୍ସନ ଚେକ୍‍ କରିପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories