www.samajalive.in
Monday, December 8, 2025
14.1 C
Bhubaneswar

୨୦୨୧ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହେବ ୧୧.୫ % : ଆଇଏମଏଫ

ୱାଶିଂଟନ : ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ୨୦୨୧ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୧୧.୫ ଭାଗ ହେବାର ପୂର୍ବାନୁମାନ କରିଛି। ଆଇଏମଏଫ କହିଛି, ଚଳିତ ବର୍ଷ କୋବିଡ୍‍ ସଂକ୍ରମଣ ସତ୍ତ୍ବେ ଭାରତ ବିଶ୍ୱର ଏକମାତ୍ର ବୃହତ୍‍ ଅର୍ଥନୀତି ଯାହାର ଅର୍ଥନୈତିକ ଅଭିବୃଦ୍ଧି ଦୁଇ ଅଙ୍କକୁ ଛୁଇଁବ। ଆଇଏମଏଫର ଏହି ପୂର୍ବାନୁମାନ ସହ ଭାରତ ବିଶ୍ୱର ଦ୍ରୁତ ବିକାଶମୁଖି ରାଷ୍ଟ୍ରର ମାନ୍ୟତା ଫେରିପାଇଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏହାର ଆକଳନରେ ପରିବର୍ତ୍ତନ କରି ୨୦୨୦ରେ ଭାରତୀୟ ଅର୍ଥନୀତି ଶତକଡ଼ା ୮ଭାଗକୁ ଶଙ୍କୁଚିତ ହେବାର ପୂର୍ବାନୁମାନ କରିଛି।

ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସର୍ବଶେଷ ବିଶ୍ୱ ଅର୍ଥନୈତିକ ଭବିଷ୍ୟତ ରିପୋର୍ଟରେ ଭାରତ ପରକୁ ଚୀନ୍‍ର ସ୍ଥାନ ରହିଛି। ୨୦୨୧ରେ ଚୀନ୍‍ ୮.୧ ଭାଗର ଅଭିବୃଦ୍ଧି ହାସଲ କରିବାର ଏଥିରେ ଉଲ୍ଲେଖ ରହିଛି। ତାହା ପରକୁ ସ୍ପେନ୍‍ ଓ ଫ୍ରାନ୍ସର ସ୍ଥାନ ରହିଛି। ସ୍ପେନ୍‍ ୫.୯ଭାଗ ଓ ଫ୍ରାନ୍ସ ୫.୫ ଭାଗର ଅଭିବୃଦ୍ଧି ହାସଲ କରିବାର ପୂର୍ବାନୁମାନ କରାଯାଇଛି। ଆଏମଏଫ କହିଛି, ଭାରତୀୟ ଅର୍ଥନୀତି  ୨୦୨୨ ରେ ୬.୮ଭାଗର ଅଭିବୃଦ୍ଧି ହାସଲ କରିବ ଓ ଚୀନ୍‍ ୫.୬ ଭାଗ ଅଭିବୃଦ୍ଧି ହାସଲ କରିବ। ଚଳିତ ମାସ ପ୍ରାରମ୍ଭରେ ଆଇଏମଏଫ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା କହିଥିଲେ, ଭାରତ କୋଭିଡ୍‍-୧୯ର ମୁକାବିଲା ଓ ଅର୍ଥନୀତି ଉପରେ ଏହାର ପ୍ରଭାବକୁ କମ୍‍ କରିବା ଦିଗରେ ନିର୍ଣ୍ଣାୟକ ପଦକ୍ଷେପମାନ ଗ୍ରହଣ କରିଛି। ଅର୍ଥନୀତିଜ୍ଞ ନବୀନ ଗୁପ୍ତା
କହିଛନ୍ତି, ଭାରତୀୟ ଅର୍ଥନୀତିର ମୌଳିକ ଭିତ୍ତିଭୂମି ସୁଦୃଢ଼ ଥିବାର ଏଥିରୁ ପ୍ରତୀୟମାନ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories