www.samajalive.in
Friday, December 12, 2025
17.1 C
Bhubaneswar

ଆଇଆଇଏମ୍‍ ସମ୍ବଲପୁର ଏବଂ ଇଣ୍ଡିଆ ଏସ୍ଏମ୍ଇ ଫୋରମ୍‍ ସହିତ ବୁଝାମଣାପତ୍ର ସ୍ୱାକ୍ଷର; ଭବିଷ୍ୟତ ଉଦ୍ୟୋଗୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ବର: ଡିଜିଟାଲ ସମ୍ମିଳନୀ ଜରିଆରେ ଉଦ୍ୟୋଗୁଡିକ ସକାଶେ ନେତୃତ୍ୱ ଏବଂ ଆନ୍ତଃଔଦ୍ୟୋଗିକ ଫେଲୋସିପ୍‍ ପାଇଁ ଚୁକ୍ତି ସ୍ୱାକ୍ଷର କରିବାରେ ଭାରତର ପ୍ରଥମ ନୂଆ ପିଢିର ଆଇଆଇଏମ୍‍ ହେବାର ଗୌରବ ଅର୍ଜନ କରିଛି। ଦେଶର ତୃତୀୟ ପିଢିର ଆଇଆଇଏମ୍‌ଗୁଡ଼ିକ ମଧ୍ୟରେ ଅନ୍ୟତମ ସର୍ବାଧିକ ପ୍ରଭାବୀ ଏବଂ ଇଣ୍ଡିଆ ଏସ୍ଏମ୍ଇ ଫୋରମ୍‍ ସହିତ ପ୍ରଗତିଶୀଳ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଏକ ଅଭିବୃଦ୍ଧିଶୀଳ ଔଦ୍ୟୋଗିକ ସଂସ୍କୃତି ଏବଂ ଏକ ପ୍ରତିଦ୍ୱନ୍ଦୀକ୍ଷମ ଏସ୍ଏମ୍ଇ କ୍ଷେତ୍ରର ବିକାଶକୁ ପୃଷ୍ଠପୋଷକତା କରିବା ଏବଂ ତଦ୍ଦ୍ୱାରା ଅର୍ଥନୈତିକ ବିକାଶ ପ୍ରତି ସହାୟତା କରିବା ଇଣ୍ଡିଆ ଏସ୍ଏମ୍ଇ ଫୋରମ୍‍ର ଲକ୍ଷ୍ୟ, ଯାହା ଉଦ୍ୟୋଗୀ ଏବଂ ଭବିଷ୍ୟତର ବ୍ୟବସାୟିକ ନେତୃବୃନ୍ଦ ସୃଷ୍ଟି କରିବା ନିମନ୍ତେ ଆଇଆଇଏମ୍ ସମ୍ବଲପୁରର ଦୃଷ୍ଟିଭଙ୍ଗୀ ସହିତ ମେଳ ସାମଞ୍ଜସ୍ୟ ରଖୁଛି। ଆଇଆଇଏମ୍ ସମ୍ବଲପୁର ୩ଡି’ (ଡିଜିଟାଲାଇଜେସନ୍, ଡି କାର୍ବନାଇଜେସନ୍ ଏବଂ ବ୍ୟବସାୟର ଡେମୋକ୍ରାଟାଇଜେସନ୍) ଆଧାରରେ ଏକ ମଜଭୁତ ମୂଳଦୁଆ ସୃଷ୍ଟି କରିଛି। ଉଭୟ ଅନ୍‍ଲାଇନ ଏବଂ ପାରମ୍ପରିକ କ୍ଲାସରୁମ୍‍ ଶିକ୍ଷାର ଫାଇଦାଗୁଡିକୁ ସମବେତକରି ଏକ ମିଶ୍ରିତ ଶିକ୍ଷାଶାସ୍ତ୍ରକୁ ଅନୁସରଣ ଦ୍ୱାରା ଏହି ପ୍ରତିଷ୍ଠାନ ଡିଜିଟାଲ ପରବର୍ତ୍ତୀ ଯୁଗ ପାଇଁ ନିଜକୁ ପ୍ରସ୍ତୁତ କରିଛି। ଶିକ୍ଷା ଆହରଣକୁ ନିଜସ୍ୱ କ୍ଷେତ୍ରରେ ଅଗ୍ରଣୀ କରି ଗଢିତୋଳିବାକୁ ଏହି ଏମଓୟୁ ଛାତ୍ରଛାତ୍ରୀଙ୍କୁ ଇଣ୍ଡିଆ ଏସ୍ଏମଇ ଫୋରମ୍‍ ତଦାରଖରେ ସମର୍ଥ କରିବ, ଯାହାର ସଦସ୍ୟମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗଗୁଡିକ ନିମନ୍ତେ ନେତୃତ୍ୱ ଏବଂ ଆନ୍ତଃଔଦ୍ୟୋଗିକତା ଫେଲୋସିପ୍‍ ପାଇଁ ମାର୍ଗଦର୍ଶନ କରିବେ। ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ଏବଂ ଇଣ୍ଡିଆ ଏସ୍ଏମ୍ଇ ଫୋରମ୍‍ର ଅଧ୍ୟକ୍ଷ ତଥା ସୁପରିଚିତ ବ୍ରାଣ୍ଡ୍‍ ଏବଂ ମାର୍କେଟିଂ ଗୁରୁ ପ୍ରହଲାଦ କକ୍କରଙ୍କ ଉପସ୍ଥିତିରେ ଆଇଆଇଏମ୍ ସମ୍ବଲପୁରର ଏସ୍ଏମ୍ଇ ଇନ୍‌କ୍ୟୁବେସନ ମୁଖ୍ୟ ମର୍ଲିନ ନନ୍ଦୀ ଏବଂ ଇଣ୍ଡିଆ ଏସ୍ଏମ୍ଇ ଫୋରମ୍‍ ଏବଂ ଏସିଆନ ସେଣ୍ଟର ଫର୍ ଇକୋନୋମିକ୍ ଆଣ୍ଡ ଏଣ୍ଟରପ୍ରିନ୍ୟୋରସିପ୍‍ ଡେଭଲପମେଣ୍ଟ ଆଣ୍ଡ ଏଡୁକେସନ (ଏସିଇଇଡିଇ)ର ମହାନିର୍ଦେଶକ ସୁଷମା ମୋର୍ଥାନିଆଙ୍କ ଦ୍ୱାରା ଏକ ଭର୍ଚୁଆଲ ସମ୍ମିଳନୀ ଜରିଆରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି ଭର୍ଚୁଆଲ ସମ୍ମିଳନୀରେ ଇଣ୍ଡିଆ ଏସ୍ଏମ୍ଇ ଫୋରମ୍‍ର ଉପାଧ୍ୟକ୍ଷ ଜେ. ଏସ୍ ଜୁନେଜା, ସଭାପତି ବିନୋଦ କୁମାର ଏବଂ ଗ୍ଲୋବାଲ ଟାଲେଣ୍ଟ କମ୍ପାନୀ ଲିମିଟେଡର ସିଇଓ ଡି. କେ ବକ୍ସି, ଆଇଆଇଏମ୍ ସମ୍ବଲପୁରର ବରିଷ୍ଠ ପ୍ରଶାସନିକ ଅଧିକାରୀ ମହେଶ କୁମାର ଉପସ୍ଥିତ ଥିଲେ।
ଏମଓୟୁ ସ୍ୱାକ୍ଷର ସମ୍ପର୍କରେ ପ୍ରକାଶକରି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ କହିଥିଲେ ଯେ ବିଶ୍ୱସ୍ତରୀୟ ଉଦ୍ୟୋଗ ହେବାର ସାମର୍ଥ୍ୟ ରଖିଥିବା ଆଗ୍ରହୀ ତଥା ସମର୍ଥ ଷ୍ଟାର୍ଟଅପ୍‍ ଏବଂ ଏସ୍ଏମ୍ଇଗୁଡିକୁ ଶିକ୍ଷାପ୍ରଦାନ, ମାର୍ଗଦର୍ଶନ ଏବଂ ପ୍ରେରଣା ଦେବା କ୍ଷେତ୍ରରେ ଏହି ସମ୍ମିଳିତ ପ୍ରୟାସ ଏକ ବିଶାଳ ପଦକ୍ଷେପ ହେବ। ଏହା ସେମାନଙ୍କୁ ଦୀର୍ଘକାଳୀନ ଅଭିବୃଦ୍ଧିକୁ ନିରନ୍ତର ବଜାୟ ରଖିବା ନିମନ୍ତେ ବିଶ୍ୱସ୍ତରୀୟ ସର୍ବୋତ୍ତମ ବ୍ୟବସାୟିକ ଅଭ୍ୟାସକୁ ଗ୍ରହଣ କରିବା ସକାଶେ ଏକ ଉପଯୁକ୍ତ ମଞ୍ଚ ଯୋଗାଇଦେବ।
ଇଣ୍ଡିଆ ଏସ୍ଏମ୍ଇ ଫୋରମ୍‍ ଏବଂ ଏସିଇଇଡିଇର ମହାନିର୍ଦେଶକ ସୁଷମା ମୋର୍ଥାନିଆ କହିଥିଲେ ଯେ ଆଇଆଇଏମ୍ ସମ୍ବଲପୁର ଭଳି ପ୍ରଗତିଶୀଳ ଏବଂ ନୂଆ ପିଢିର ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ସହିତ ସଂପୃକ୍ତ ହୋଇ ଆନନ୍ଦ ଅନୁଭବ କରୁଛୁ। ଦେଶରେ ନୂତନ ଉଦ୍ୟୋଗୀମାନଙ୍କୁ ସୃଷ୍ଟି କରିବା କ୍ଷେତ୍ରରେ ଏହି ଏମ୍ଓୟୁ ସର୍ବୋତ୍ତମ କାର୍ଯ୍ୟାଭ୍ୟାସ ଏବଂ ପାରଦର୍ଶିତାକୁ ପରସ୍ପର ମଧ୍ୟରେ ଅଂଶୀଦାର କରିବା ପଥ ସୁଗମ କରିବ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories