www.samajalive.in
Tuesday, December 9, 2025
16.1 C
Bhubaneswar

ସାରାଙ୍କ ପରେ ଏବେ ବଲିଉଡ଼ରେ ପାଦ ଥାପିବେ ସୈଫ୍‍ଙ୍କ ପୁଅ ଇବ୍ରାହିମ୍‍ !

ମୁମ୍ବଇ : ସୈଫ୍‍ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ୍‍ ବଲିଉଡ଼ରେ ପାଦ ଥାପି ଖୁବ୍‍ କମ୍‍ ସମୟରେ ଅନେକ ଲୋକପ୍ରିୟତା ହାସଲ କରିଥିବା ବେଳେ ଏବେ ପୁଅ ଇବ୍ରାହିମ୍‍ ବଲିଉଡ଼ରେ ପ୍ରବେଶ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଇବ୍ରାହିମ୍‍ ପିତା ସୈଫଙ୍କୁ ସଫା ସଫା କହି ଦେଇଛନ୍ତି ଯେ, ସେ ମଧ୍ୟ ଭଉଣୀ ସାରାଙ୍କ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବେ କାମ କରିବାକୁ ଚାହୁଁଛନ୍ତି।

- Advertisement -

ମିଳିଥିବା ସୂଚନା ଅନୁସାରେ, ଇବ୍ରାହିମଙ୍କ ପାଇଁ ସୈଫ୍‍ ଚଳଚ୍ଚିତ୍ର ପ୍ରଯୋଜନା କରିବାକୁ ଯୋଜନା କରୁଛନ୍ତି। ତେବେ ଇବ୍ରାହିମ କ୍ୟାମେରାକୁ ସାମ୍ନା କରିବା ପାଇଁ ଏବେ ଖାସ୍‍ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ତେବେ ଦେଖିବା ବାକି ରହିଲା ସାରାଙ୍କ ଭଳି ଇବ୍ରାହିମ୍‍ ମଧ୍ୟ ବଲିଉଡ଼ରେ ଲୋକପ୍ରିୟତା ହାସଲ କରିପାରୁଛନ୍ତି କି ନାହିଁ।

ଉଲ୍ଲେଖଯୋଗ୍ୟ, ସାରା ଓ ଇବ୍ରାହିମ୍‍ ସୈଫ୍‍ଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ସନ୍ତାନ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories