କେତେକ ଦେଶରେ ଏପ୍ରିଲ ୧ ତାରିଖକୁ ମୂର୍ଖ ଦିବସ ବା ଏପ୍ରିଲ ଫୁଲ ଡେ କୁହାଯାଏ । ଏହି ଦିନ ଲୋକେ ପରସ୍ପର ମଧ୍ୟରେ ଥଟ୍ଟା ମଜା ଏବଂ ମୁର୍ଖତାପୂର୍ଣ୍ଣ ଆଚରଣ କରିଥାଆନ୍ତି । ପ୍ରତି ଦେଶରେ ଏପ୍ରିଲ ଫୁଲ ଡେ ବା ମୂର୍ଖ ଦିବସକୁ ନେଇ ଅଲଗା ଅଲଗା ଚଳଣି ରହିଛି ଏବଂ ଲୋକେ ଭିନ୍ନ ଭିନ୍ନ ଶୈଳୀରେ ଏହାକୁ ପାଳନ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏହି ଦିନକୁ ନେଇ କ’ଣ ଇତିହାସ ରହିଛି ? ଏହାର ଆରମ୍ଭ କେବେ ଏବଂ କେଉଁ ଦେଶରେ ହୋଇଥିଲା ?
ଏପ୍ରିଲ ଫୁଲ ଡେ କୁ ନେଇ ବିଭିନ୍ନ କାହାଣୀ ପ୍ରଚଳିତ ରହିଛି । ଯଦି ଆମେ ଇତିହାସକୁ ଦେଖିବା ତେବେ ଏପ୍ରିଲ ୧ ତାରିଖ ଦିନ କେତେକ କୌତୁହଳପୂର୍ଣ୍ଣ ବା ମଜାଳିଆ ଘଟଣା ଘଟିଥିଲା । ଏହି କାରଣରୁ ପରବର୍ତ୍ତୀ ସମୟରେ ଏପ୍ରିଲ ୧ ତାରିଖକୁ ଏପ୍ରିଲ ଫୁଲ ଡେ ଭାବେ ପାଳନ କରାଯାଉଛି ।
pic courtesy NDTV Khabar
କୁହାଯାଏ ଏପ୍ରିଲ ଫୁଲ ଡେ ବା ମୁର୍ଖ ଦିବସ ଫ୍ରାନ୍ସରେ ଆରମ୍ଭ ହୋଇଥିଲା । ୧୫୮୨ ମସିହାରେ ଏହି ଦିନରେ ପୋପ ଚାର୍ଲ୍ସ-୯ ପୁରୁଣା କ୍ୟାଲେଣ୍ଡର ସ୍ଥାନରେ ନୂଆ କ୍ୟାଲେଣ୍ଡ ଆରମ୍ଭ କରିଥିଲେ । ଇତି ମଧ୍ୟରେ କିଛି ଲୋକ ପୁରୁଣା ତାରିଖରେ ନୂଆ ବର୍ଷ ପାଳନ କରୁଥିଲେ । ସେମାନଙ୍କୁ ହିଁ ଏପ୍ରିଲ ଫୁଲ୍ କୁହାଯାଉଥିଲା। ଏତତ୍ ବ୍ୟତୀତ ୧୩୯୨ରେ ଏପ୍ରିଲ ଫୁଲ୍ ଡେ ପାଳନ ଆରମ୍ଭ ହୋଇଥିଲା ବୋଲି କେତେକ ରିପୋର୍ଟରେ ଦାବି କରାଯାଇଛି । କିନ୍ତୁ ଏହି ତଥ୍ୟର କୌଣସି ପ୍ରମାଣ ନାହିଁ ।
ଅନ୍ୟ କେତେକ ରିପୋର୍ଟରେ କୁହାଯାଇଛି ଯେ, ୧୫୦୮ରେ ଜଣେ ଫରାସୀ କବି ‘ପଏଜନ୍ ଡି ଏଭରିଲ’ ସନ୍ଦର୍ଭ ଦାଖଲ କରିଥିଲେ । ଅନ୍ୟ ପକ୍ଷରେ ୧୫୩୯ରେ ଆଉ ଜଣେ କବି ‘ଡେ ଡେନେ’ ନାମକ ଏକ ପୁସ୍ତକରେ ଜଣେ ଧନଶାଳୀ ବ୍ୟକ୍ତିଙ୍କ ବିଷୟରେ ଲେଖିଥିଲେ । ଯିଏ ଏପ୍ରିଲ ୧ରେ ନିଜ କର୍ମ କ୍ଷେତ୍ରରେ ଏକ ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରିଥିଲେ ।
ଏପ୍ରିଲ ଫୁଲ୍ କାହାଣୀ ଭଳି ଏହାର ପାଳନ ମଧ୍ୟ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ । ଫ୍ରାନ୍ସ, ଇଟାଲୀ, ବେଲଜିୟମରେ କାଗଜରେ ମାଛ ତିଆରି କରି ଲୋକଙ୍କ ପିଠି ପଛରେ ଲଗାଇ ଦିଅନ୍ତି । ପରେ ସେହି ଅନ୍ୟମାନଙ୍କ ଦ୍ବାରା ଥଟ୍ଟା ପରିହାସର ଶିକାର ହୋଇଥଆନ୍ତି ।



