www.samajalive.in
Friday, December 12, 2025
26.1 C
Bhubaneswar

ରାହୁଲ ଗାନ୍ଧୀ ଜାତିରେ ବ୍ରାହ୍ମଣ, ଗୋତ୍ର ଦତ୍ତାତ୍ରେୟ

ରାୟପୁର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ରାଜସ୍ଥାନର ପୁଷ୍କରସ୍ଥିତ ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନା ସମୟରେ ପୂଜକ ରାହୁଲଙ୍କୁ ତାଙ୍କର ଗୋତ୍ର ଓ ଜାତି ସମ୍ପର୍କରେ ପଚାରିଥିଲେ। ରାହୁଲ କହିଥିଲେ ସେ ଜାତିରେ କୌଳିକ ବ୍ରାହ୍ମଣ ଓ ଗୋତ୍ର ହେଉଛି ଦତ୍ତାତ୍ରେୟ। ନିଜର ଜାତି ଓ ଗୋତ୍ର ସମ୍ପର୍କରେ ରାହୁଲ ପୂଜକଙ୍କୁ କେତେକ କାଗଜପତ୍ର ପ୍ରଦର୍ଶନ କରିଥିଲେ ଯେଉଁଥିରେ ତାଙ୍କ ପୂର୍ବପୁରୁଷଙ୍କ ସମ୍ପର୍କରେ ସୂଚନା ରହିଥିଲା। ଅକ୍ଟୋବରରେ ରାହୁଲ ମଧ୍ୟପ୍ରଦେଶର ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିବାବେଳେ ବିଜେପି ତାଙ୍କୁ ସମାଲୋଚନା କରି ତାଙ୍କ ଜାତି ଓ ଗୋତ୍ର ସମ୍ପର୍କରେ ପ୍ରଶ୍ନ କରିଥିଲା। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ଅଧ୍ୟକ୍ଷଙ୍କ ଜାତି ଓ ଗୋତ୍ର କଣ ବୋଲି ପ୍ରଶ୍ନ କରିଥିଲେ। ମହାକାଳେଶ୍ୱର ମନ୍ଦିରରେ ପୂଜା କରିବା ସମୟରେ ରାହୁଲ ବ୍ରାହ୍ମଣଙ୍କ ଭଳି ପଇତା ଧାରଣ କରିଥିଲେ। ତେଣୁ ବିଜେପି ରାହୁଲଙ୍କୁ ଜାତି ଓ ଗୋତ୍ର ସମ୍ପର୍କରେ ପ୍ରଶ୍ନ କରିଥିଲା। ସୋମବାର ପୁଷ୍କରର ବ୍ରହ୍ମା ମନ୍ଦିରରେ ପୂଜା ପୂର୍ବରୁ ରାହୁଲ ଆଜମେରସ୍ଥିତ ଖ୍ୱାଜା ମଇଉଦ୍ଦିନ ଚିସ୍ତ ଦରଘାରେ ପୂଜା କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories