କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡି ହୋଇ ଦମ୍ପତ୍ତି ଗୁରୁତର ହୋଇଛନ୍ତି। ଗତ କିଛି ଦିନ ହେବ ସଞ୍ଜୟ ହୋ ଏବଂ ତାଙ୍କ ପତ୍ନୀ ସସ୍ମିତାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ବୁଧବାର ରାତିରେ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ସସ୍ମିତା ପ୍ରଥମେ ନିଜ ଦେହରେ ନିଆଁ ଲଗାଇଦେଇଥିଲେ। ପରେ ସଞ୍ଜୟ ତାଙ୍କୁ ରକ୍ଷା କରିବାକୁ ଯାଇ ଗୁରୁତର ହୋଇଛନ୍ତି। ଚିତ୍କାର ଶୁଣି ଗାଁ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
Popular Categories



