www.samajalive.in
Friday, December 5, 2025
27.1 C
Bhubaneswar

ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ

ସମାଜ ଡିଜିଟାଲ ଡେସ୍କ: ଅଫେରା ରାଇଜରେ ଓଲିଉଡ ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା, ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେଠାରୁ ହ୍ୟୁମାନଙ୍କ ପାର୍ଥିବ ଶରୀର ଟିଟିଲାଗଡ ସ୍ଥିତ ବାସଭବନକୁ ନିଆଯାଉଛି । ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହେବ ।

ଗତ କିଛି ଦିନ ହେବ ସେ  ଛତିଶ ବର୍ଷୀୟ ହ୍ୟୁମାନ୍‌‌ ବୃକକ୍‌‌, ଶ୍ୱାସକ୍ରିୟା ଓ ଜକୃତ ଜନିତ ସମସ୍ୟା ସାଙ୍ଗକୁ ନିମୋନିଆରେ ପୀଡ଼ିତ ଥିଲେ। ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ ସାଗର । ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଗତ ଶୁକ୍ରବାର ଅପରାହଣରେ ତାଙ୍କୁ ଏମସ ଭୁବନେଶ୍ବରର ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ହ୍ୟୁମାନ୍‌‌ଙ୍କର ଏକାଧିକ ଅଙ୍ଗ ଚଳପ୍ରଚଳ କରୁନଥିଲା । ମସ୍ତିଷ୍କ, ଫୁସ୍ ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହୁନଥିଲା । ଓଡିଆ ଚଳଚ୍ଚିତ୍ର ଓ ଆଲବମରେ ବହୁ ରୋମାଣ୍ଟିକ ଗୀତ ଭେଟିଦେଇଛନ୍ତି ହ୍ୟୁମାନ ସାଗର । ୧୯୯୦ ମସିହାରେ ବଲାଙ୍ଗୀର ର ଟିଟଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ । ପିଲାଟି ବେଳୁ ସଙ୍ଗୀତ ପ୍ରତି ତାଙ୍କ ରୁଚି ଥିବା, ପାଠପଢା ସହ ସଙ୍ଗୀତ ଯାତ୍ରାକୁ ସମାନ୍ତରାଳ ଭାବେ ଜାରି ରଖିଥିଲେ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories