ଟୁୱେଲଭ୍‌ଥ ଫେଲ୍ : କେମିତି ଶ୍ରଦ୍ଧାଙ୍କ ପ୍ରେମରେ ପଡିଲେ ମନୋଜ ?

ମୁମ୍ବାଇ : ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି ଟୁୱେଲଭ୍‌ଥ ଫେଲ୍ ଫିଲ୍ମ । ଯାହା ଆଇପିଏସ୍ ଅଫିସର ମନୋଜ ଶର୍ମା ଏବଂ ଶ୍ରଦ୍ଧା ଯୋଶୀଙ୍କର ଜୀବନ କାହାଣୀକୁ ନେଇ ପର୍ଯ୍ୟବେଷିତ ହୋଇଛି। ଏହି ଚଳଚିତ୍ରରେ ବିକ୍ରାନ୍ତ ମୈସି ମନୋଜଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମେଧା ଶଙ୍କର ଶ୍ରଦ୍ଧାଙ୍କ ଭୂମିକା ନିଭାଇଛନ୍ତି। ମନୋଜ ଏବଂ ଶ୍ରଦ୍ଧାଙ୍କ ବିବାହ ୨୦୦୫ ମସିହାରେ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି। ​‌

ଆଇପିଏସ୍ ଅଫିସର ବନିବା ପଛରେ ମନୋଜଙ୍କର ସଂଘର୍ଷପୂର୍ଣ୍ଣ କାହାଣୀ ଏବଂ ଏଥିରେ ଶ୍ରଦ୍ଧାଙ୍କ ଭୂମିକାକୁ ଚଳଚିତ୍ରରେ ଖୁବ୍ ନିଖୁଣ ଭାବରେ ଚିତ୍ରଣ କରାଯାଇଛି। ଦିନେ ମନୋଜ ୟୁପିଏସସି ପରୀକ୍ଷା ପ୍ରସ୍ତୁତି ଲାଗି ଦିଲ୍ଲୀରେ ପହଁଞ୍ଚିଥିଲେ । ଆଉ ସେଠାରେ ମନୋଜଙ୍କର ଶ୍ରଦ୍ଧାଙ୍କ ସହ ​‌ସାକ୍ଷାତ ହୋଇଥିଲା। ଉତ୍ତରାଖଣ୍ଡର ଅଲମୋଡା ଜିଲ୍ଲାରେ ରହୁଥିବା ଶ୍ରଦ୍ଧା ଦିଲ୍ଲୀରେ ରହି ପିସିଏସର ପ୍ରସ୍ତୁତି କରୁଥିଲେ । ମନୋଜଙ୍କ କହିବା ଅନୁଯାୟୀ ସେ ଶ୍ରଦ୍ଧାଙ୍କ ନାମରୁ ହିଁ  ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ ।

ମନୋଜ ଶ୍ରଦ୍ଧାଙ୍କୁ ଆକୃଷ୍ଟ କରିବା ଲାଗି ନିଜର ସବୁକିଛି ତ୍ୟାଗ କରିଦେଇଥିଲେ । ହିନ୍ଦୀ ସାହିତ୍ୟ ପ୍ରତି ଉଭୟଙ୍କ ପ୍ରବଳ ଆଗ୍ରହ ଥିଲା। ଯାହା ଦୁଇ ଜଣଙ୍କୁ ଅତି ନିକଟତର କରିଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆହୁରି ମଧ୍ୟ ମନୋଜ କହିଛନ୍ତି ଶ୍ରଦ୍ଧାଙ୍କୁ ଖୁସି କରିବା ଲାଗି ସେ ତାଙ୍କୁ ଚାହା ବନାଇ ଦେଇଥିଲେ । କାରଣ ପାହାଡି ଇଲାକାରୁ ଆସିଥିବା ଶ୍ରଦ୍ଧାଙ୍କୁ ଚାହା ବେଶି ପସନ୍ଦ ଥିଲା। ଆଜି କାଲିର ଦୁନିଆରେ ପ୍ରେମର ସଂଜ୍ଞା ବଦଳିଯାଇଛି ସତ ହେଲେ ମନୋଜ ଆଉ ଶ୍ରଦ୍ଧାଙ୍କ ପ୍ରେମ କାହାଣୀ ଆଜିକାଲିର ଯୁବପୀଢିଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ ହେବ।

Comments are closed.