www.samajalive.in
Tuesday, December 9, 2025
16.1 C
Bhubaneswar

୩୬ଟି ଅଭିଯୋଗ ଶୁଣିଲେ ଜିଲାପାଳ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପଞ୍ଚାୟତ ସମିତି ସଦଭାବନା ଗୃହଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସ୍ଵଧାଦେବ ସିଂହଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମଞ୍ଚାସୀନ ରହିଥିଲେ। ଏଥିରେ ମୋଟ ୩୬ଟି ଅଭିଯୋଗ ଶୁଣାଣି ହୋଇଥିଲା। ସେଥିରୁ ୧୬ ଗୋଟି ଗୋଷ୍ଠୀ ଭିତ୍ତିକ ରହିଥିବା ବେଳେ ୧୨ଟି ବ୍ୟକ୍ତିଗତ ସମସ୍ୟା ରହିଥିଲା। ଉଠା ଜଳସେଚନ, ଘର ପଟା, ରାଇଲିମା ଗାଁକୁ ପାନୀୟ ଜଳ ଓ ରାସ୍ତା ନିର୍ମାଣ, ଦୁର୍ଗା ମନ୍ଦିର ଜାଗା ଚିହ୍ନଟ ଆଦି ଅଭିଯୋଗ ହୋଇଥିଲା। ଏଥିରେ ସ୍ଥାନୀୟ ବିଡିଓ ରାଜୀବ ଦାସ, ତହସିଲଦାର ରଞ୍ଜନ କୁମାର ମାନସେଠ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କ ସମେତ ଜିଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ମଞ୍ଚରେ ଯେଉଁ ଅତିଥିଙ୍କ ନାମ ଲେଖାଯାଇଛି, ସେହି ସ୍ଥାନରେ ଅନ୍ୟ ଜଣେ ଅଧିକାରୀ ବସିଥିବା ଦେଖି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories