www.samajalive.in
Sunday, December 7, 2025
23.1 C
Bhubaneswar

ମରୁଭୂମି ମଝିରେ ଘର: ଦାମ୍‍ ୧୨.୮ କୋଟି ଟଙ୍କା

କାଲିଫର୍ଣ୍ଣିଆ: ନିକାଞ୍ଚନ ସ୍ଥାନକୁ ପସନ୍ଦ କରୁଥିବା, ଅଧିକ ସୂର୍ଯ୍ୟକିରଣ ଆବଶ୍ୟକ କରୁଥିବା ଏବଂ ମରୁ ଅଞ୍ଚଳର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ସୁଯୋଗ ଆସିଛି। ମରୁଭୂମିରେ ମଧ୍ୟସ୍ଥଳରେ ନିର୍ମାଣ କରାଯାଇଥିବା ଏକ ସୁଦୃଶ୍ୟ କୋଠାଘର ବିକ୍ରି ହେବ। ଏହାର ଦାମ୍‍ ରଖାଯାଇଛି ୧୨.୮ କୋଟି ଟଙ୍କା। ଏହି ଘର କେଉଁ ମରୁଭୂମିରେ ରହିଛି, ସେଠାରେ କି ସୁବିଧା ସୁଯୋଗ ରହିଛି ଆସନ୍ତୁ ଜାଣିବା।

ଆମେରିକାର ଦକ୍ଷିଣ ପୂର୍ବ କାଲିଫର୍ଣ୍ଣିଆରେ ରହିଛି ମୋଜାଭେ ମରୁଭୂମି। ଏହାର କିଛି ଅଂଶ ନେଭାଡା ଏବଂ ଆରିଜୋନା ପ୍ରଦେଶକୁ ମଧ୍ୟ ଛୁଉଁଛି। ମୋଜାଭେ ମରୁଭୂମିର କେନ୍ଦ୍ର ସ୍ଥଳରେ ଏହି ଘର ତିଆରି କରାଯାଇଛି। ଏହାର ଆଖପାଖରେ ଘର ଦ୍ୱାର ନାହିଁ। ଏହି ଘରେ ଯେଉଁ ଲୋକ ରହିବେ ସେ କେବଳ ସୂର୍ଯ୍ୟ ଉଦୟ, ସୂର୍ଯ୍ୟାସ୍ତକୁ ଉପଭୋଗ କରିପାରିବେ। ତାହାସହିତ ଦିନ ସମୟରେ ମରୁଭୂମିର ଉତ୍ତପ୍ତ ବାଲୁକା ରାଶି, ରାତିର ଶୀତଳ ପବନକୁ ଉପଭୋଗ କରିପାରିବେ। ତାଙ୍କ ଆଖି ପାଇବା ପର୍ଯ୍ୟନ୍ତ ଦିଗ୍‍ବଳୟ ମଧ୍ୟରେ ଜନ ମାନବ ନାହାନ୍ତି। କହିବାକୁ ଗଲେ ପ୍ରକୃତିରେ ହିଁ ସେ ବାସ କରିବେ। ଏହି ଘର ମୂଲ୍ୟ ୧.୭୫ ନିୟୁତ ଆମେରିକୀୟ ଡଲାର ରଖାଯାଇଛି, ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୧୨.୮ କୋଟି ଟଙ୍କା।

- Advertisement -

ଘରଟି କଂକ୍ରିଟରେ ତିଆରି ଏବଂ ଜଣେ ସୁପରିଚିତ ସ୍ଥପତି ଗୋଷ୍ଠୀ ଅର୍ବାନ ଆର୍କଟେକଚରାଲ ସ୍ପେଶ ଗ୍ରୁପ ଏହାର ଡିଜାଇନ ପ୍ରସ୍ତୁତ କରିଛନ୍ତି। ଘରଟି ସତେ ଯେମିତି ଏକ ସହରାଞ୍ଚଳରୁ ଆସି ମରୁଭୂମିରେ ଖସିପଡିଛି, ଦୂରରୁ ଦେଖିଲେ ଠିକ୍‍ ସେମିତି ମନେହେଉଛି। ତେବେ ସେଠାରେ ଏଭଳି ଏକ ଘର ତିଆରି କରିବା ନିଶ୍ଚିତ ଭାବରେ ଚାଲେଞ୍ଜପୂର୍ଣ୍ଣ ଥିଲା। ପ୍ରଥମେ ସେଠାରେ ଥିବା ବଡ ବଡ ପଥର ଖଣ୍ଡକୁ ବହୁ କଷ୍ଟରେ ଭାଙ୍ଗି ହଟାଇବାକୁ ପଡିଥିଳା। ତାହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର କାନ୍ଥରେ ଶୀତଳିକରଣ କୌଶଳ ଖଞ୍ଜାଯାଇଛି, ଯାହା ମରୁଭୂମିର ଭୀଷଣ ଉତ୍ତାପ ପାଇଁ ନିତାନ୍ତ ଜରୁରୀ। ଏହି ଘରର ନାମ ରଖାଯାଇଛି ‘ଏଲ ସିମେଣ୍ଟୋ ୟୁନୋ’। ଏହାର ମୋଟ କ୍ଷେତ୍ରଫଳ ୧୬୪୭ ବର୍ଗଫୁଟ। ଏଥିରେ ଦୁଇଟି ଶୟନ କକ୍ଷ ଏବଂ ଦୁଇଟି ଗାଧୁଆ ଘର ରହିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories