www.samajalive.in
Friday, December 12, 2025
19.1 C
Bhubaneswar

‘ହ୍ୟାରି-ପୋଟର୍’ ଥିମ୍ ହୋଟେଲ ପିଲାଙ୍କୁ ଆକର୍ଷିତ କରିବ

ମହାମାରୀର ପ୍ରଭାବରେ ବ୍ୟବସାୟ ପ୍ରଭାବିତ ହୋଇଥିବାବେଳେ ହୋଟେଲଗୁଡ଼ିକ ଅଧିକ କ୍ଷତି ସହୁଥିବାର ଜଣାପଡ଼ିଛି। ଖୁବ୍ କମ୍ ସଂଖ୍ୟାରେ ଲୋକେ ବର୍ତ୍ତମାନ ସମୟରେ ହୋଟେଲ ଯାଇ ରହଣି କରିବାକୁ ପସନ୍ଦ କରୁଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲଗୁଡ଼ିକ ଆକର୍ଷଣୀୟ ଅଫର୍‌ ଘୋଷଣା କରିବା ସହିତ ବିଭିନ୍ନ ଥିମ୍‌କୁ ଗୁରୁତ୍ବ ଦେଉଛନ୍ତି। ବ୍ରିଟେନ୍‌ର ନର୍ଥ ୟୋର୍କ ମୁର୍ସ ନ୍ୟାସନାଲ୍ ପାର୍କସ୍ଥିତ ଏକ ହୋଟେଲ ଅଭିନବ ଉପାୟକୁ ଆପଣେଇ ନେଇଛି। ୬ଟି କଟେଜ୍ ଥିବା ଏହି ହୋଟେଲ ‘ହ୍ୟାରି ପୋଟର୍’ ଥିମ୍‌ରେ ନୂଆ ରୂପ ଦିଆଯାଇଛି। ବିଶେଷ କରି ପିଲାଙ୍କୁ ଦୃଷ୍ଟିରେ ରଖି ହ୍ୟାରି ପୋଟର୍ ଚଳଚ୍ଚିତ୍ରର ସେଟ୍ ଢାଞ୍ଚାରେ ହୋଟେଲର ଭିତର ଅଂଶ ପରିବର୍ତ୍ତନ କରିଛନ୍ତି କର୍ତ୍ତୃପକ୍ଷ। ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ତାଙ୍କ ହୋଟେଲ ବନ୍ଦ ଥିଲା। ଖୋଲିବା ପରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରୁମ୍ ଭଡ଼ା କମ୍ କରାଯିବା, ଭୋଜନରେ ରିଆତି ପ୍ରଚାର ସତ୍ତ୍ବେ କୌଣସି ଲାଭ ମିଳିନାହିଁ। ଶେଷରେ ସେମାନେ ଥିମ୍ ହୋଟେଲର ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ୨ ସପ୍ତାହ ତଳେ ହ୍ୟାରି ପୋଟର୍ ଥିମ୍ ହୋଟେଲର ପ୍ରଚାର ସୋସିଆଲ୍ ସାଇଟ୍‌ରେ କରାଯିବା ପରେ ୪୫ଜଣରୁ ଅଧିକ ଲୋକ ସେମାନଙ୍କ ପିଲାଙ୍କ ପାଇଁ ଏଇ ହୋଟେଲକୁ ବୁକିଂ କରିବାରେ ଆଗ୍ରହ ଦେଖାଇଛନ୍ତି। ତେବେ ସମସ୍ତେ ସୁରକ୍ଷା ଓ ସଚେତନତାକୁ ପ୍ରାଧାନ୍ୟ ଦେଇଥିବାର ପ୍ରକାଶ। କର୍ତ୍ତୃପକ୍ଷଙ୍କ କହିବାନୁସାରେ ସେସବୁ ଦିଗକୁ ନେଇ ଖୁବ୍ ସତର୍କ। ହୋଟେଲ ଭଡ଼ା ଦିନ ପିଛା ୪,୪୭୦ଟଙ୍କା ଧାର୍ଯ୍ୟ କରାଯାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories