www.samajalive.in
Friday, December 12, 2025
19.1 C
Bhubaneswar

ଖୋଲିବ ଚଳଚ୍ଚିତ୍ର ପ୍ରେକ୍ଷାଳୟ! କେନ୍ଦ୍ର ସରକାରଙ୍କ ସବୁଜସଂକେତ, ରାଜ୍ୟ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ୱର : ଅନ୍‌ଲକ୍‍-୫ରେ ଅକ୍ଟୋବର ୧୫ରୁ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଖୋଲିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦେଶନାମା ଜାରି କରିଛି। ଏନେଇ ଖୁବ୍‌ଶୀଘ୍ର ଏସ୍‍ଓପି ଜାରି କରିବେ। ଅବଶ୍ୟ ଏନେଇ କିଛି ସର୍ତ୍ତ ରହିଛି। ଆବଦ୍ଧାଞ୍ଚଳ ବାହାରେ ଥିବା ପ୍ରେକ୍ଷାଳୟକୁ ଅନୁମତି ମିଳିବ। ତେବେ କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶନାମା ପରେ ଚଳଚ୍ଚିତ୍ର ପ୍ରେମୀ, ପ୍ରେକ୍ଷାଳୟ ମାଲିକ ଓ ଚଳଚ୍ଚିତ୍ର ପ୍ରଯୋଜକଙ୍କ ମନରେ ଆଶା ସଂଚରିଛି ମାତ୍ର ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ। ରାଜ୍ୟ ସରକାର ଯେପର୍ଯ୍ୟନ୍ତ ନିର୍ଦେଶନାମା ଜାରି କରିନାହାନ୍ତି ସେ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରେକ୍ଷାଳୟ ଖୋଲିବା ପ୍ରଶ୍ନ ଉଠୁନାହିଁ।

କରୋନା ତାଲାବନ୍ଦରେ ଚଳଚ୍ଚିତ୍ର ଶିଳ୍ପ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏହି ଶିଳ୍ପ ଉପରେ ନିର୍ଭର କରୁଥିବା କେବଳ କଳାକାର ନୁହନ୍ତି ଅନ୍ୟମାନେ ବି ହତାଶ ହୋଇଛନ୍ତି। ଅବଶ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚଳଚ୍ଚିତ୍ର ସୁଟିଂ ପାଇଁ ଏସ୍‍ଓପି ଜାରି କରିଛନ୍ତି ମାତ୍ର ଏଥିପାଇଁ ଅନେକ ନିର୍ଦେଶନାମା ରହିଛି। ତେବେ ସୁଟିଂ ହେବ, ଚଳଚ୍ଚିତ୍ର ମୁକ୍ତିଲାଭ କରିବ ମାତ୍ର ପ୍ରେକ୍ଷାଳୟରେ ପଡ଼ିପାରିବ ନାହିଁ। କାରଣ ଏପର୍ଯ୍ୟନ୍ତ ପ୍ରେକ୍ଷାଳୟ ଖୋଲିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି। ଏହାବ୍ୟତୀତ କରୋନା ମଧ୍ୟ ଦ୍ୱୈତନଗରୀରେ ନିୟନ୍ତ୍ରଣକୁ ଆସୁନାହିଁ। ଏଥିପାଇଁ ସାମାଜିକ ଦୂରତା ଗୁରୁତ୍ୱ ବହନ କରୁଛି। ପ୍ରେକ୍ଷାଳୟରେ ପ୍ରତି ଦୁଇ ଜଣଙ୍କ ମଧ୍ୟରେ ୬ଫୁଟ୍‌ ଦୂରତା ରହିବ। ଯାହା ସରକାରଙ୍କ କରୋନା ନିୟନ୍ତ୍ରଣ ନିର୍ଦେଶନାମାରେ ରହିଛି। ଏଥିରେ ପ୍ରେକ୍ଷାଳୟ ମାଲିକ କ୍ଷତି ସହିବା ସ୍ୱାଭାବିକ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories