ଜାଣନ୍ତୁ କେମିତି କଟିବ ଚଳିତ ସପ୍ତାହ (ଡିସେମ୍ବର ୧୦-୧୬)

ମେଷ: ରବିବାର ଓ ସୋମବାର ପାରିବାରିକ ଖୁସି ଲାଭ ହେବ। ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ଋଣଗ୍ରସ୍ତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।


ବୃଷ: ରବିବାର ଓ ସୋମବାର ବିବେକବନ୍ତ ପୁରୁଷ ଭାବରେ ଖ୍ୟାତି ଅର୍ଜନ କରିବେ। ନୂତନ ବନ୍ଧୁ ଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ହେବ। ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳନ୍ତୁ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ମଙ୍ଗଳବାର ଓ ବୁଧବାର ନୂତନ ନିଯୁକ୍ତି ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଲାଭବାନ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବ। ଆୟ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।


କର୍କଟ: ରବିବାର ଓ ସୋମବାର ଅସ୍ଥିରମନା ହେବେ। କର୍ମକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ପାରିବାରିକ ଶାନ୍ତି ଦେଖାଦେବ। ସୃଜନଶୀଳ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ପିତାମାତାଙ୍କ ଆଶୀର୍ବାଦ ଲାଭ ହେବ। ସାମାଜିକ ପ୍ରତିଷ୍ଠା ଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳପ୍ରାପ୍ତି ହେବ ନାହିଁ। କାର୍ଯ୍ୟରେ ଦ୍ବନ୍ଦ୍ବ ଦେଖାଦେବ। ଶୁକ୍ରବାର ଓ ଶନିବାର ସନ୍ତାନମାନଙ୍କୁ ନେଇ ଚିନ୍ତା କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବଙ୍କ ପ୍ରୋକ୍ତ ଭଟ୍ଟାରିକାଷ୍ଟକ ପାଠ କରନ୍ତୁ।


କନ୍ୟା: ରବିବାର ଓ ସୋମବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଯଥା ଚିନ୍ତା ପ୍ରକଟ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ଫଳ ପ୍ରଦାନ କରିବ। ନୂତନ ଦ୍ରବ୍ୟ କ୍ରୟ କରିବେ। ପାରିବାରିକ ଶାନ୍ତି ଦେଖାଦେବ। ଶୁକ୍ରବାର ଓ ଶନିବାର ପ୍ରଗତିରେ ପଥରୋଧ ହେବ। ଅପବାଦର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଲଳିତା ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଦ୍ରବ୍ୟ ଚୋରି ହେବାର ସମ୍ଭାବନା ଅଛି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାମାଜିକ ପ୍ରତିଷ୍ଠା ଲାଭ କରିବେ। ଭାଗ୍ୟବାଦୀ ହେବେ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା ନ କରିବା ଭଲ। ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।


ବିଛା: ରବିବାର ଓ ସୋମବାର ବନ୍ଧୁ ସହଯୋଗ ପ୍ରାପ୍ତ କରିବେ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ମାନସିକ ଅବସାଦ ଦେଖାଦେବ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ପାରିବାରିକ ଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଜରଙ୍ଗ ବାଣ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର ଜଗିରଖି ଚଳିବେ। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇପାରନ୍ତି। କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଅଯଥା ବିବାଦରେ ଛନ୍ଦି ହୋଇପଡ଼ିବେ। ପଡ଼ୋଶୀଙ୍କ ସହ ମତଭେଦ ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାତାଣ୍ଡବ ସ୍ତୋତ୍ର ପାଠ କରନ୍ତୁ
ମକର: ରବିବାର ଓ ସୋମବାର ଶ୍ରୀଯୁକ୍ତ ହେବେ। ନୂତନ ଦ୍ରବ୍ୟ କ୍ରୟ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମ ବନ୍ଧନ ଯୋଗ ସୃଷ୍ଟି ହେବ। କାର୍ଯ୍ୟରେ ଅସହଯୋଗ ସାମନା କରିପାରନ୍ତି। ଶୁକ୍ରବାର ଓ ଶନିବାର ଭ୍ରାତୃ ବିବାଦ ସମାଧାନ ହେବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ଗାୟତ୍ରୀ ପାଠ କରନ୍ତୁ।


କୁମ୍ଭ: ରବିବାର ଓ ସୋମବାର ଜଗିରଖି ଚଳିବେ। ଶତ୍ରୁଦ୍ବାରା ପରାଜିତ ହେବେ। ଆର୍ଥିକ ଅନଟନ ଦେଖାଦେବ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ ହେବ। ଶ୍ରୀ ଯୁକ୍ତ ହେବେ। ଋଣରୁ ମୁକ୍ତି ମିଳିବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶନି କବଚ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର କର୍ମକ୍ଷେତ୍ର ବ୍ୟାପକ ହେବ। ନୂତନ ନିଯୁକ୍ତି ମିଳିପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଦୂରଯାତ୍ରା ନ କରିବା ଭଲ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ଶୁକ୍ରବାର ଓ ଶନିବାର ନୂତନ ଜମି କ୍ରୟ କରିପାରନ୍ତି। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

Comments are closed.