ମଙ୍ଗଳବାର ରାଶିଫଳ(୨୩/୧୧/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Nov 23, 2021 Share ମେଷ : ଶ୍ରମର ମୂଲ୍ୟାଙ୍କନ ହୋଇପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦେବଦର୍ଶନରେ ଆତ୍ମ ସନ୍ତୋଷ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ମିଳିବ। ବୃଷ : ତ୍ୟାଗଶୀଳ ହେବେ। ମତିମାନ୍ ହୋଇପାରନ୍ତି। ଧନଯୁକ୍ତ ହୋଇପାରନ୍ତି। କୀର୍ତ୍ତିଶାଳୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ ସହିଷ୍ଣୁ ହେବେ। ନୀତିନିଷ୍ଠ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମିଥୁନ : ଭଲ ରୋଜଗାର ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। କର୍କଟ : କର୍ମଚଞ୍ଚଳ ରହିବେ। ଯୁଦ୍ଧଯାତ୍ରା ଶୁଭଦାୟକ ହେବ। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ସିଂହ : ଆୟର ମାତ୍ରାର ବୃଦ୍ଧି ପାଇବ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବାର ସମ୍ଭାବନା ରହିଛି। କନ୍ୟା : ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ବିଜୟୀ ହେବାର ସମ୍ଭାବନା ରହିଛି। Related Posts ଟ୍ରକ୍ ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ… May 1, 2024 ୬ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର… May 1, 2024 ତୁଳା : ଚାତୁର୍ଯ୍ୟପୂର୍ଣ୍ଣ କଥା ପାଇଁ ଆଦରଣୀୟ ହେବେ। ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ମନ ପ୍ରଫୁଲ୍ଲ ରହିବ। ବିଛା : ଥଣ୍ଡା-କଫଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମାଧୀଶ ହେବେ। ବହୁ ପୋଷକ ହେବେ। ଆଜି ସତର୍କତାର ସହ ଚଳିବାକୁ ପଡ଼ିବ। ଧନୁ : ବନ୍ଧୁ ମିଳନ ସୁଖଦାୟକ ହେବ। ଆଜିର ଦିନରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପ୍ରୀତିଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ। ମକର : ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। କୁମ୍ଭ : ଅଧ୍ୟୟନରତ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅମୋଘ ଶକ୍ତି ସମ୍ପନ୍ନ ହେବେ। ଷଡ଼ ଐଶ୍ବର୍ଯ୍ୟଶାଳୀ ହୋଇପାରନ୍ତି। ସ୍ଥିତପ୍ରଜ୍ଞ ହେବେ। ଧନ ପାଇ ବି ଭକ୍ତିବର ପ୍ରାପ୍ତ ହେବେ। ମୀନ : ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଗୃହ ପରିବେଶ ଉନ୍ନତମାନର ହେବ। ଯାନବାହନ ସୁଖ ମିଳିପାରେ। କୃଷି କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦେବେ। Horoscope 23rd Nov. 2021odia news Share FacebookTwitterWhatsApp
Comments are closed.