ସୋମବାର ରାଶିଫଳ(୧୬/୧୧/୨୦୨୦)
ମେଷ: ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତିମାନେ ସମ୍ମାନାସ୍ପଦ ହେବେ। ଉପଯୁକ୍ତ ପରାମର୍ଶଦାତା ହେବେ। ସ୍ୱକୃତି ସମ୍ପନ୍ନ ହୋଇପାରନ୍ତି। ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।
ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବନ୍ଧୁ ମିଳିନ ଘଟିପାରେ। ଭାଗ୍ୟୋନ୍ନତିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି। କୃତ୍ତିକା ଓ ମୃଗଶିରା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଈପ୍ସିତ କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟକର୍ତ୍ତା ହୋଇପାରନ୍ତି। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଫଳ।
କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ସମ୍ମାନିତ ହେବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବହୁବିଧ ସମ୍ମାନର ଅଧିକାରୀ ହେବେ। ପୁନର୍ବସୁର ଚିନ୍ତା ବୃଦ୍ଧି ହେବ।
ସିଂହ: ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ବାଧା, ବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ କାର୍ଯ୍ୟରେ ସଫଳତା ଲାଭ କରିବେ। ପରଧନରେ ଧନୀ ହେବେ। ମହିଳାମାନଙ୍କର ସାହାଯ୍ୟକାରୀ ହେବେ। ଉତ୍ତରା ଫାଲ୍ଗୁନୀର ସାମାନ୍ୟ ଫଳ।
କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଯାତ୍ରା ଫଳଦାୟକ ହେବ। ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିଳାସ ବ୍ୟସନ ଯୋଗ ଅଛି। କର୍ମଚଞ୍ଚଳ ରହିବେ। ଶତ୍ରୁନାଶ କରିପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ। ଉତ୍ତରା ଫାଲ୍ଗୁନୀ ଓ ହସ୍ତାର ସାମାନ୍ୟ ଫଳ।
Related Posts
Comments are closed.