ହଂକଂ : ଭାରତର ଅଗ୍ରଣୀ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପରାଜିତ ହୋଇଛନ୍ତି। ତାଙ୍କୁ ହଂକଂର ଲି ଚୁକ୍-ୟୁ ୯-୨୧ ଏବଂ ୨୫-୨୩ ସେଟରେ ପରାସ୍ତ କରିଛନ୍ତି।
ପୂର୍ବରୁ ଅନୁଷ୍ଠିତ ଏକ ମ୍ୟାଚରେ ଶ୍ରୀକାନ୍ତ ବିଶ୍ୱର ପୂର୍ବତନ ଏକନମ୍ବର ବ୍ୟାଡମିଣ୍ଟନ ଖେଳାଳି ଭିକ୍ଟର ଆକଜେଲସେନଙ୍କୁ ପରାସ୍ତ
କରିଥିଲେ। ଅଲିମ୍ପିକ୍ ଚାମ୍ପିୟନ୍ ଚୀନ୍ର ଚେନ୍ ଲଙ୍ଗ୍ ଆହତ ଯୋଗୁଁ ହଂକଂ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ଓହରି ଯିବାରୁ କିଦାମ୍ବୀ ଶ୍ରୀକାନ୍ତ ସେମିଫାଇନାଲରେ ପ୍ରବେଶ କରିଥିଲେ। ଶ୍ରୀକାନ୍ତ ପ୍ରଥମ ଗେମ୍କୁ ମାତ୍ର ୧୫ ମିନିଟରେ
ଜିତି ନେଇଥିବା ବେଳେ ଚେନ୍ ଲଙ୍ଗ ମ୍ୟାଚ୍ରୁ ଓହରି ଯାଇଥିଲେ।



