ନୂଆଦିଲ୍ଲୀ : ହୋଣ୍ଡା ନିଜ ପ୍ରଥମ ଇ-ବାଇକ୍ ଉପରୁ ପରଦା ଉଠାଇଛି । କମ୍ପାନୀ ଏହାର ନାଁ ଇ-ଭିଓ ଦେଇଛି । ଏକ ଚାଇନିଜ୍ କମ୍ପାନୀ ସହ ମିଶି ହୋଣ୍ଡା ନିଜ ପ୍ରଥମ ଇ-ବାଇକ୍ ପ୍ରସ୍ତୁତ କରିଛି । ଏହା ୪.୧ କିଲୋଓ୍ବାଟ୍ ଓ ୬.୨ କିଲୋଓ୍ବାଟ୍ ୨ଟି ବ୍ୟାଟେରୀ ଭାରିଆଣ୍ଟରେ ବଜାରକୁ ଆସିବ ।
୪.୧ କିଲୋଓ୍ବାଟ୍ ବ୍ୟାଟେରୀ ବିଶିଷ୍ଟ ଭାରିଆଣ୍ଟ ୧୨୦ କିଲୋମିଟର ରେଞ୍ଜ ପ୍ରଦାନ କରିବ ଏବଂ ଏହାର ଓଜନ ୧୪୩ କିଲୋଗ୍ରାମ ରହିବ । ଏହାକୁ ଘରେ ଚାର୍ଜ କଲେ ମାତ୍ର ଅଢେଇ ଘଣ୍ଟାରେ ଏହା ଫୁଲ୍ ଚାର୍ଜ ହୋଇଯାଇପାରିବ । ସେହିଭଳି ୬.୨ କିଲୋଓ୍ବାଟ୍ ବ୍ୟାଟେରୀ ଭାରିଆଣ୍ଟ ୧୭୦ କିଲୋମିଟର ରେଞ୍ଜ ପ୍ରଦାନ କରିବ । ଏହାର ଓଜନ ପ୍ରାୟ ୧୫୬ କେଜି ରହିବ । ଏହା ମଧ୍ୟ ଅଢେଇ ଘଣ୍ଟାରେ ଫୁଲ ଚାର୍ଜ ହୋଇପାରିବ ।
ଉଭୟ ମଡେଲରେ ତିନୋଟି ରାଇଡିଂ ମୋଡ୍ ଯଥା ଇକୋ, ନର୍ମାଲ ଓ ସଫ୍ଟ ରହିବ । ଏଥିରେ ୭ ଇଞ୍ଚର ଟିଏଫଟି ଡିସପ୍ଲେ ସହିତ ବ୍ଲୁଟୁଥ୍ ନେଭିଗେସନ ସୁବିଧା ରହିବ । ଏଥିରେ ମ୍ୟୁଜିକ୍ ସହିତ ଟାୟାର ପ୍ରେସର ମନିଟରିଂ ଫିଚର୍ ରହିବ । ବାଇକରେ ଏକ ଫ୍ରଣ୍ଟ୍ ଡ୍ୟାଶ୍ କ୍ୟାମେରା ସହିତ ରିୟର କ୍ୟାମେରା ମଧ୍ୟ ରହିଛି । ବାଇକ୍ ମାତ୍ର ୨ଟି ରଙ୍ଗ ଯଥା କଳା ଓ ଧଳାରେ ବଜାରକୁ ଆସିବ ।



