www.samajalive.in
Thursday, December 11, 2025
23.1 C
Bhubaneswar

ସମଲିଙ୍ଗୀ ସମ୍ପର୍କ ସମର୍ଥନରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କଲେ ଧର୍ମଗୁରୁ

ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟ ଅନୁସାରେ ଏହା ଅପରାଧ ନୁହେଁ। କିଛି ଲୋକ ଏହାକୁ ଆନନ୍ଦର ସହ ସ୍ୱାଗତ କରୁଥିବା ବେଳେ ଅନ୍ୟ ପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବହୁ ଧର୍ମଗୁରୁ ବିରୋଧ କରୁଥିବା ଜଣାପଡ଼ିଛି। ବିଭିନ୍ନ ସମ୍ପ୍ରଦାୟର ଗୁରୁମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏଭଳି କଥା କୌଣସି ଧର୍ମ ଗ୍ରନ୍ଥ ବା ଶାସ୍ତ୍ରରେ ଲେଖାହୋଇ ନାହିଁ। ତେବେ ଚାଲନ୍ତୁ ଜାଣିବା ସୁପ୍ରିମକୋର୍ଟର ଏହି ଶୁଣାଣିକୁ ନେଇ ଧର୍ମଗୁରୁମାନେ କ’ଣ ମତପୋଷଣ କରିଛନ୍ତି –

“ସମସ୍ତଙ୍କ ଭଳି ମୁଁ ମଧ୍ୟ କୋର୍ଟର ନିଷ୍ପତ୍ତିକୁ ସମ୍ମାନ ଜଣାଉଛି। ହେଲେ ମୋ ମତ ଅନୁସାରେ ସମାଜକୁ ଭୁଲ୍‍ ସନ୍ଦେଶ ଦେବା ଉଚିତ ନୁହେଁ। ଏହି ପ୍ରସଙ୍ଗକୁ ନେଇ ସରକାର ଭଲଭାବେ ଚିନ୍ତା କରିବା ଆବଶ୍ୟକ। ଏହା ପଶ୍ଚିମାଞ୍ଚଳର ବିକୃତ ପ୍ରଭାବ, ଯାହା ଆମ ସମାଜରେ ବ୍ୟାପୁଛି। ଏହାକୁ ଆମ ସମାଜ ସହ ଯୋଡ଼ିବା ଉଚିତ ନୁହେଁ। ଭାରତୀୟ ସଂସ୍କୃତି ଏହାକୁ ଅସ୍ୱୀକାର କରିଥାଏ, ତେଣୁ ମୁଁ ଏହାକୁ ଅପରାଧ ବୋଲି କହିବି”।
– ସ୍ୱାମୀ ନରେନ୍ଦ୍ରଗିରି, ଅଧ୍ୟକ୍ଷ ଆଖଡ଼ା ପରିଷଦ

- Advertisement -

“ସମଲିଙ୍ଗୀ ସମ୍ପର୍କ ଭାରତୀୟ ସମାଜ ଓ ସଂସ୍କୃତି ପ୍ରାକ୍‍ କାଳରୁ ବିରୋଧ କରି ଆସିଛି। ଯଦି ଏହା ଅପରାଧ ନୁହେଁ, ଭୁଲ୍‍ ନୁହେଁ ତେବେ ତିନି-ଚାରି ଜଣଙ୍କୁ ବିବାହ କରିବାକୁ ମଧ୍ୟ ଭୁଲ୍‍ ବୋଲି କୁହାଯିବ ନାହିଁ। ସମସ୍ତେ ନିଜ ମନଇଚ୍ଛା କିଛି ବି କରି ଚାଲିବେ। ସରକାରଙ୍କୁ ଏହା ଉପରେ କଟକଣା ଜାରି କରିବା ଆବଶ୍ୟକ”।
– ମୌଲାନା କଲ୍‍ବେ ଜୱାଦ, ଶିୟା(ମୁସଲମାନ) ଧର୍ମଗୁରୁ

“ସମଲିଙ୍ଗୀ ସମ୍ପକର୍କୁ ସମର୍ଥନ କରି ସୁପ୍ରିମକୋର୍ଟ ଯାହା ନିର୍ଣ୍ଣୟ କରିଛନ୍ତି, ତାହା ସମାଜ ଓ ରାଷ୍ଟ୍ର ପାଇଁ କେବେହେଲେ ହିତକର ନୁହେଁ। ଏହାଦ୍ୱାରା ସମାଜରେ ନା କେବଳ ଅରାଜକତା ବୃଦ୍ଧି ପାଇବ ବରଂ ସମାଜର ଚାରିତ୍ରିକ ପତନ ଘଟିବ ଓ ଯୁବପୀଢି ନଷ୍ଟ ହେବା ସହ ଏକ ପ୍ରକାର ଅପରାଧକୁ ପ୍ରୋତ୍ସାହନ ମିଳିବ। ଏହା କୌଣସି ଧର୍ମର ଅନୁରୂପ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ, ମାନନୀୟ ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ ସଂସଦ ପକ୍ଷରୁ ତୁରନ୍ତ ସ୍ଥଗିତ କରି ଅଧ୍ୟାଦେଶ ମାଧ୍ୟମରେ ଧାରା ୩୭୭ କୁ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି କଡ଼ା ଆଇନ ପ୍ରଣୟନ କରାଯାଉ। ଯାହାଦ୍ୱାରା ଦେଶର ଯୁବପୀଢିଙ୍କୁ ଚାରିତ୍ରିକ ପତନରୁ ରକ୍ଷା କରାଯାଇ ପାରିବ ଓ ଦେଶର ଛବି ବିଶ୍ୱସ୍ତରରେ ଖରାପ ହୋଇପାରିବ ନାହିଁ”।
– ସ୍ୱାମୀ ଚକ୍ରପାଣି ମହାରାଜ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ଅଖିଳ ଭାରତୀୟ ହିନ୍ଦୁ ସମାଜ

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories