ମାଲକାନଗିରି: ମାଲକାନଗିରି ଜିଲାର ଅତିରିକ୍ତ ଜିଲାପାଳ ଶୁକ୍ରବାର ଦିନ ନିଜ କାର୍ଯ୍ୟାଳୟକୁ ଚାଲି ଚାଲି ଆସିଛନ୍ତି। ଶୁକ୍ରବାର ସକାଳୁ ମାଲକାନଗିରିର ଅତିରିକ୍ତ ଜିଲାପାଳ ଅଯୋଧ୍ୟା କାନ୍ତ ଶତପଥି ଜିଲା ସର୍କିଟ ହାଉସରୁ ନିଜ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ବେଳେ ତାଙ୍କୁ ଦିଆଯାଇଥିବା ସରକାରୀ ଗାଡିକୁ ତାଙ୍କ ଠାରୁ ଫେରସ୍ତ ନିଆଯାଇଥିଲା । ତେବେ ଆଉ ଏକ ସରକାରୀ ଗାଡି ଥିବା ବେଳେ ତାହାର ଅବସ୍ଥା ଠିକ ନ ଥିବାରୁ ଗାଡିଟି ଷ୍ଟାର୍ଟ ହୋଇନଥିଲା । ଶେଷରେ ଅତିରିକ୍ତ ଜିଲାପାଳ ଗାଡିକୁ ଧକ୍କା ଦେଇ ଷ୍ଟାର୍ଟ କରିବାକୁ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ମିଳିନଥିଲା। ତେଣୁ ସେ ବାଧ୍ୟ ହୋଇ କାର୍ଯ୍ୟାଳୟକୁ ଚାଲି ଚାଲି ଆସିଥିଲେ। ଏନେଇ ଅତିରିକ୍ତ ଜିଲାପାଳ ପୂର୍ବରୁ ନିଜ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ବି ତାଙ୍କ ପାଇଁ କୌଣସି ଗାଡିର ବ୍ୟବସ୍ଥା କରାଯାଇନଥିଲା। ତେବେ ଏନେଇ ମାଲକାନଗିରି ଜିଲାପାଳଙ୍କୁ ପଚାରିବାରୁ ଏହି ଘଟଣା ବାବଦରେ ତାଙ୍କ ନିକଟରେ କୌଣସି ଖବର ନାହିଁ ବୋଲି କହିଥିଲେ। ଏହା ଏକ ଲଜ୍ଜାକର ବିଷୟ ବୋଲି ସେ ମତ ରଖିଛନ୍ତି ।
Popular Categories



