www.samajalive.in
Thursday, December 11, 2025
27.1 C
Bhubaneswar

ତେଲେଙ୍ଗାନା ପଥାଙ୍କ ଅନୁସରଣ କରିବ ଓଡ଼ିଶା!

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିଧାନସଭା ଭଙ୍ଗ କରିବାର ସୁପାରିସ ପରେ ଓଡ଼ିଶା ମଧ୍ୟ ଶୀଘ୍ର ନିର୍ବାଚନ କରିବାର ସଙ୍କେତ ଦେଇଛି। ବିଜେଡି ସାଂସଦ ପିନାକୀ ମିଶ୍ର ନିକଟରେ ନିର୍ବାଚନ ଆୟୋଗ ସହ ସାକ୍ଷାତ କରି ଲୋକସଭା ନିର୍ବାଚନ ଶୀଘ୍ର ହେଲେ ବିଧାନସଭା ନିର୍ବାଚନ ମଧ୍ୟ ଏକକାଳୀନ କରିବାକୁ ଓଡ଼ିଶା ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି।
ସାଂସଦଙ୍କ ଏଭଳି ମନ୍ତବ୍ୟକୁ ତର୍ଜମା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପାଥଙ୍କ ଅନୁସରଣ କରିବାକୁ ଓଡ଼ିଶା ପ୍ରସ୍ତୁତ ହେଉଛି ଏଥିରେ ସନ୍ଦେହ ନାହିଁ। ଏଭଳି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେଇ ଚଳିତ ବର୍ଷ ହେବାକୁ ଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ତାଲିକାରେ ନିଜକୁ ସାମିଲ କରି ପାରନ୍ତି ବୋଲି ଆଶା କରାଯାଇ ପାରେ।
ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରମରେ ବିଧାନସଭା ନିର୍ବାଚନ ହେବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ସମୟସୀମା ପୂର୍ବରୁ ଇସ୍ତଫା ଦେଇ ଏହି ତାଲିକାରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି। ତେଲେଙ୍ଗାନାରେ କେସିଆରଙ୍କ ସମକକ୍ଷ ନେତା ବିରୋଧୀଙ୍କ ପାଖରେ ନାହିଁ। ତେଣୁ ଚଳିତ ବର୍ଷ ନିର୍ବାଚନ ହେଲେ କେସିଆରଙ୍କ ପାଇଁ ପୁଣି ଥରେ ବିଜୟୀ ହେବାର ସମ୍ଭାବନା ଅଧିକ। ଓଡ଼ିଶାରେ ମଧ୍ୟ ଅନୁରୂପ ପରିସ୍ଥିତି ଦୃଶ୍ୟମାନ ହେଉଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପାଇଁ ବିରୋଧୀଙ୍କ ପାଖରେ ସେଭଳି ନେତା ନାହାନ୍ତି। ରାଜ୍ୟରେ କଂଗ୍ରେସ ହଜି ଯାଇଥିବା ସ୍ଥିତି ସଜାଡ଼ିବା ଆରମ୍ଭ କରିଥିବାବେଳେ ନିର୍ବାଚନ ପାଇଁ ବିଜେଡିର ମୁକାବିଲା କରିବାରେ ଏବେ କଂଗ୍ରେସ ପାଇଁ କଡ଼ା ଚ୍ୟାଲେଞ୍ଜ ହେବ। ଅପରପକ୍ଷରେ ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସାଂଗଠନିକ ଶକ୍ତି ବୃଦ୍ଧି ଦିଗରେ ପ୍ରଚେଷ୍ଠା ଜାରି ରଖିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ନିର୍ବାଚନ ହେଲେ ଏହାର ସୁଫଳ ବିଜେଡିକୁ ମିଳିବ ଏଥିରେ ସନ୍ଦେହ ନାହିଁ।
ବିଧି ଆୟୋଗ ଡ୍ରାଫ୍ଟ ରିପୋର୍ଟରେ ସବୁରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକକାଳୀନ କରିବା ଉପରେ ପରାମର୍ଶ ଦେଇଥିଲେ। ତେବେ ଏଥିପାଇଁ ରାଜ୍ୟର ସହମତିର ଆବଶ୍ୟକତା ରହିଛି। ବିଧି ଆୟୋଗ ଅନୁଯାୟୀ ସାଧାରଣ ନିର୍ବାଚନ ସମୟସୀମା ପୂର୍ବରୁ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଯାଇଛି।
ଅପରପକ୍ଷରେ କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ଓଡ଼ିଶାରେ ଡିସେମ୍ବରରେ ନିର୍ବାଚନ ହେବାର ସମ୍ଭାବନା ଉପରେ ମନ୍ତବ୍ୟ ଦେଇଛନ୍ତି। ବିଜେପି ୧୨ଟି ରାଜ୍ୟରେ ଏକକାଳୀନ ବିଧାନସଭା ନର୍ବାଚନ କରିବାକୁ ଚାହୁଁଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।
ସାଂସଦ ଶ୍ରୀ ମିଶ୍ର ନିର୍ବାଚନ ଆୟୋଗଙ୍କୁ ଭେଟି ୨୦୧୯ଲୋକସଭା ନିର୍ବାଚନ ସମୟସୀମା ପୂର୍ବରୁ ନିର୍ବାଚନ ହେଲେ ଓଡ଼ିଶା ବିଧାନସଭା ନିର୍ବାଚନ ଏକକାଳୀନ କରିବାକୁ ଅନୁରୋଧ କରିଛନ୍ତି। ବିଜେପି ଯେଉଁ ୧୧ଟି ରାଜ୍ୟରେ ସମୟ ପୂର୍ବରୁ ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛି ଓଡ଼ିଶାକୁ ମଧ୍ୟ ଏହି ତାଲିକାରେ ସ୍ଥାନ ଦେବାକୁ ସାଂସଦ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି। ଏକକାଳୀନ ନିର୍ବାଚନ ହେଲେ ରାଜ୍ୟକୋଷରୁ ପ୍ରାୟ ୧୦୦୦କୋଟି ଟଙ୍କା କମ୍‍ ଖର୍ଚ୍ଚ ହେବ ବୋଲି ଶ୍ରୀ ମିଶ୍ର ଯୁକ୍ତି ଦର୍ଶାଇଛନ୍ତି।
ପରିବର୍ତ୍ତିତ ରାଜନୈତିକ ଘଟଣାକ୍ରମକୁ ତର୍ଜମା କଲେ ନିର୍ବାଚନ ଆୟୋଗ ନଭେମ୍ବରରେ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ସହିତ ତେଲେଙ୍ଗାନାକୁ ସାମିଲ କରିବାର ସମ୍ଭାବନା ରହିଛି। ଏଭଳି ହେଲେ ନିର୍ବାଚନ ଆୟୋଗ କେବଳ ତେଲେଙ୍ଗାନା କାହିଁକି ଓଡ଼ିଶାକୁ ସାମିଲ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories