www.samajalive.in
Monday, December 8, 2025
24.1 C
Bhubaneswar

କୋବିଦ-୧୯ ଯାଞ୍ଚ ପରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ ନିଜ ରାଜ୍ୟକୁ ଯାତ୍ରା ଅନୁମତି : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରେ କାମ କରୁଥିବା ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ନିମନ୍ତେ ସବୁ ରାଜ୍ୟ ସରକାର ତତ୍ପର । ଏଥିପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀ ଅନ୍ୟ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । କେମିତି ନିଜ ରାଜ୍ୟର ଶ୍ରମିକମାନଙ୍କୁ ଫେରାଇ ଆଣିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କ୍ରମରେ ମହାରାଷ୍ଟ୍ର ଓ ଗୁଜରାଟ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ ବାର୍ତାଳାପ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାକାଳରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇଛନ୍ତି ।  ଏହି କ୍ରମରେ ୨୯ ତାରିଖ (ବୁଧବାର) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କରିଛି ମାର୍ଗଦର୍ଶିକା । ଶ୍ରମିକଙ୍କୁ ଫେରାଇ ନେବା କ୍ଷେତ୍ରରେ ଏହି ମାର୍ଗଦର୍ଶିକା ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି । ବିଭିନ୍ନ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଏଥିରେ ଶ୍ରମିକଙ୍କ ଆଣିବା ଉପରେ କେତେକ ସର୍ତ ରଖିଛନ୍ତି ଓ ଏଥିପାଇଁ କେତେକ ପ୍ରୋଟୋକଲ ଜାରି କରାଯାଇଛି ।

- Advertisement -

ଯେଉଁ ରାଜ୍ୟ ଶ୍ରମିକଙ୍କୁ ଆଣିବ ବା ଯେଉଁ ରାଜ୍ୟ ଶ୍ରମିକଙ୍କୁ ପଠାଇବ ଉଭୟ ରାଜ୍ୟ ମଧ୍ୟରେ ଏ ସଂକ୍ରାନ୍ତରେ ସମନ୍ବୟ ରହିବା ଆବଶ୍ୟକ ଏବଂ ସଡ଼କ ପଥରେ ଯାତ୍ରା ନିମନ୍ତେ ସେମାନେ ସମ୍ମତି ଦେବା ଜରୁରୀ ।  ଆନ୍ତଃରାଜ୍ୟ ଶ୍ରମିକ ନେବା ବା ଆଣିବା କ୍ଷେତ୍ରରେ ଯେଉଁ ବସ୍ ବ୍ୟବହାର ହେବ ତାହାକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବାକୁ ଏଥିରେ ସର୍ତ ରହିଛି । ସେହିପରି ଯେଉଁ ଶ୍ରମିକମାନଙ୍କୁ ପଠାଯିବ ବା ଅଣାଯିବ ସେମାନେ ଯେଉଁ ସ୍ଥାନରୁ ବାହାରିବେ ସେଠାରେ ସେମାନଙ୍କର କୋବିଦ-୧୯ ସ୍କ୍ରିନିଂ କରାଯିବ । ଯେଉଁମାନେ ଏହି ସ୍କ୍ରିନିଂରେ ଉନ୍ନୀତ ହେବେ ସେଇମାନଙ୍କୁ କେବଳ ଯାତ୍ରା ନିମନ୍ତେ ଅନୁମତି ମିଳିବ । ଏହାଛଡ଼ା ବସରେ ଯାତ୍ରା ବେଳେ ସାମାଜିକ ଦୂରତ୍ବ ଅବଲମ୍ବନ ଅତ୍ୟନ୍ତ ଜରୁରୀ ବୋଲି ଏହି ମାର୍ଗଦର୍ଶିକାରେ କୁହାଯାଇଛି ।
ଏହାଛଡ଼ା ଶ୍ରମିକମାନେ ସେମାନଙ୍କର ନିର୍ଧାରିତ ଗନ୍ତବ୍ୟସ୍ଥାନରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଅନୁସାରେ କ୍ବାରେଣ୍ଟାଇନରେ ରଖାଯିବା ବ୍ୟବସ୍ଥା ଉପରେ ମଧ୍ୟ ଗୃହ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories