ଆଜିକାଲି ପ୍ରାୟ ଅଧିକାଂଶ ମହିଳା କେଶ ସମସ୍ୟାକୁ ନେଇ ଚିନ୍ତିତ। ସେହି ସମସ୍ୟାଗୁଡ଼ିକ ମଧ୍ୟରୁ ଦୋମୁହାଁ କେଶ ଏକ ପ୍ରମୁଖ ସମସ୍ୟା ପାଲଟିଛି। କେଶର ଅଗ୍ରଭାଗ ଦୋମୁହାଁ ହେବା ଦ୍ବାରା କେଶର ସୁନ୍ଦରତା ଏବଂ ଆକର୍ଷଣ କମିଯାଏ। ସମସ୍ତେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। କିନ୍ତୁ ବଜାରରେ ମିଳୁଥିବା ରାସାୟନିକ ପଦାର୍ଥ ଯୁକ୍ତ ଶାମ୍ପୁ କିମ୍ବା ଅନ୍ୟ କୌଣସି ସାମଗ୍ରୀ ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେଇନଥାଏ। ବରଂ ଅଧିକାଂଶ କ୍ଷେତ୍ରରେ ଏହା କେଶକୁ ଆହୁରି ଖରାପ କରି ଦେଇଥାଏ। ତେଣୁ ଘରୋଇ ଉପାୟ ଏ କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହେବ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ଦୋମୁହାଁ କେଶ ସମସ୍ୟାରୁ ମୁକ୍ତି ପାଇପାରିବା-
ଅମୃତଭଣ୍ଡା :
ଅମୃତଭଣ୍ଡା ତ୍ବଚା ପାଇଁ ଯେଉଁଭଳି ଲାଭଦାୟକ ଠିକ୍ ସେହିଭଳି କେଶ ପାଇଁ ମଧ୍ୟ ଉପକାରୀ। ଅମୃତଭଣ୍ଡାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କେଶ ପାଇଁ ବହୁତ ଲାଭକାରୀ ହେବା ସହ ରୁକ୍ଷପଣ ଓ ଦୋମୁହାଁ କେଶ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆପଣ ଅମୃତଭଣ୍ଡାକୁ ପେଷ୍ଟ କରି କେଶ ମୂଳରେ ଏବଂ ଦୋମୁହାଁ ହୋଇଥିବା କେଶରେ ଲଗାନ୍ତୁ। ଏହାକୁ ଲଗାଇବା ୧ ଘଣ୍ଟା ପରେ ଶାମ୍ପୁ କରିଦିଅନ୍ତୁ। ଫରକ୍ ଖୁବ୍ଶୀଘ୍ର ଅନୁଭବ କରିପାରିବେ।
ଅଣ୍ଡା :
ଅଣ୍ଡା ମଧ୍ୟ କେଶ ପାଇଁ ଖୁବ୍ ଲାଭଦାୟକ। ଏଥିରେ ଥିବା ପ୍ରୋଟିନ ଏବଂ ଫ୍ୟାଟି ଏସିଡ ଦୋମୁହାଁ କେଶରୁ ମୁକ୍ତି ଦିଏ। ଅଣ୍ଡାର ଧଳା ଅଂଶରେ ମହୁ ଏବଂ ଅଲିଭ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ଓଦା କେଶରେ ଲଗାନ୍ତୁ, କିଛି ସମୟ ରଖିବା ପରେ ଧୋଇଦିଅନ୍ତୁ। ଅଣ୍ଡା ଆପଣଙ୍କ କେଶ ପାଇଁ ଏକ ଉତ୍ତମ କଣ୍ଡିସନର ଭାବେ କାମ କରିଥାଏ। ଏହାକୁ ମାସକୁ ଦୁଇ ଥର ଲଗାଇଲେ ଲାଭ ମିଳିଥାଏ।
କ୍ଷୀର ଏବଂ ସର :
କ୍ଷୀର ଓ ସର ଦୋମୁହାଁ କେଶରୁ ମୁକ୍ତି ଦେବା ସହ କେଶକୁ ଚମକପ୍ରଦ କରିଥାଏ। ଏଥିପାଇଁ ଅଥା କପ୍ କ୍ଷୀର ଓ ସରକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଲଗାଇ ୧୫ ମିନିଟ ରଖିବା ପରେ ଶାମ୍ପୁ କରିଦିଅନ୍ତୁ।



