www.samajalive.in
Thursday, December 11, 2025
16.1 C
Bhubaneswar

ଫସି ରହିଥିବା ଲୋକଙ୍କ ପାଇଁ କେନ୍ଦ୍ରର ଅନୁମତି : ‘ଶ୍ରମିକ୍ ସ୍ପେଶାଲ୍’ ରେଳ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ : କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ଭାଗରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ପର୍ଯ୍ୟଟଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ  କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି । ଟ୍ରେନ୍ ଯେଗେ ଯାତ୍ରା କରିବାପାଇଁ  ମନ୍ତ୍ରଣାଳୟ ଅନୁମତି ଦେଇଛି । ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଶୁକ୍ରବାର ଠାରୁ ଏହି ଟ୍ରେନ ଚଳାଚଳ କରିବ ।

ଜଣେ ଅଧିକାରୀ କହିଛନ୍ତି ଯେ ଲକଡାଉନ ଯୋଗୁଁ ଅଟକି ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଟ୍ରେନ୍ ବ୍ୟବହାରକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି । ସୂଚନା​‌ଯୋଗ୍ୟ, ଗୁରୁବାର ବିହାର, ତେଲେଙ୍ଗାନା ଏବଂ ପଞ୍ଜାବ ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ।

- Advertisement -

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟା ସଲିଳା ଶ୍ରୀବାସ୍ତବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟ ତଥା ରେଳ ବୋର୍ଡ ମିଳିତ ଭାବେ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟମାନଙ୍କୁ ରେଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ରେଳ ମନ୍ତ୍ରଣାଳୟ ରାଜ୍ୟ ସହ ଯୋଗାଯୋଗ କରିବ ଏବଂ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବ ଏବଂ ଟିକେଟ ବିକ୍ରି ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବ । ଏହି ସମୟରେ ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ସୁରକ୍ଷା ମାନ ଅନୁସରଣ କରିବା ବାଧ୍ୟତାମୂଳକ ହେବ ।

ଏଥି ସହିତ ଗୃହ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଅନୁମତି ଦେବା ପରେ ରେଳ ମନ୍ତ୍ରଣାଳୟ ଏ ବାବଦରେ କିଛି ନିର୍ଦ୍ଦେଶାବଳୀ ଜାରି କରିଛି । ରେଳବାଇ କହିଛି ଯେ ଟ୍ରେନରେ ଚଢିବା ସ୍ଥାନରେ ରାଜ୍ୟ ପକ୍ଷରୁ ଯାତ୍ରୀମାନଙ୍କ ସ୍କ୍ରିନିଂ କରିବେ, ତେବେ କେବଳ ସେହିମାନେ ଯାତ୍ରା କରିବାକୁ ଅନୁମତି ପାଇବେ ଯେଉଁମାନଙ୍କଠାରେ କୋଭିଡ -୧୯ର ଲକ୍ଷଣ ନ ଥିବ। ରେଳ ମନ୍ତ୍ରଣାଳୟ କହିଛି ଯେ ଅଟକି ରହିଥିବା ଲୋକଙ୍କୁ ପଠାଇବା କିମ୍ବା ଗ୍ରହଣ କରିବା ପାଇଁ ପ୍ରୋଟୋକଲ ଅନୁଯାୟୀ ଉଭୟ ରାଜ୍ୟର ଅନୁରୋଧ କ୍ରମେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।

ଯାତ୍ରୀଙ୍କୁ ପଠାଉଥିବା ରାଜ୍ୟ ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରିବେ ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ନଥିଲେ ହିଁ ସେମାନଙ୍କୁ ଯାତ୍ରା କରିବାର ସୁଯୋଗ ଦିଆଯିବ। ଯାତ୍ରୀମାନଙ୍କୁ ପଠାଉଥିବା ରାଜ୍ୟ ବିଶୋଧିତ ହୋଇଥିବା ବସରେ ସାମାଜିକ ଦୂରତା ଏବଂ ଅନ୍ୟ ସତର୍କତା ପଦକ୍ଷେପ ଗ୍ରହଣ କରି ଅନୁମତିପ୍ରାପ୍ତ ରେଳ ଷ୍ଟେସନକୁ ଯାତ୍ରୀମାନଙ୍କୁ ନେଇ ଆସିପାରିବେ। ପ୍ରତ୍ୟେକ ଯାତ୍ରୀ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯାତ୍ରା ଆରମ୍ଭ ହେଉଥିବା ଷ୍ଟେସନରେ ସମ୍ପୃକ୍ତ ରାଜ୍ୟ ସରକାର ଯାତ୍ରୀମାନଙ୍କୁ ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେବେ।

ଯାତ୍ରୀଙ୍କ ସହଯୋଗରେ ରେଳପଥ ପକ୍ଷରୁ ସାମାଜିକ ଦୂରତା ଏବଂ ଅନ୍ୟ ସ୍ବଚ୍ଛତା ନିୟମ ପାଳନ ପାଇଁ ପଦକ୍ଷେପ ନିଆଯିବ। ଦୂରବର୍ତ୍ତୀ ମାର୍ଗରେ, ରେଳ ପଥ ପକ୍ଷରୁ ଯାତ୍ରା ସମୟରେ ଖାଇବା ଯୋଗାଇ ଦିଆଯିବ । ଗନ୍ତବ୍ୟ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଯାତ୍ରୀମାନଙ୍କର ସ୍କ୍ରିନିଂ, ଆବଶ୍ୟକ ସଙ୍ଗରୋଧ ଓ ଷ୍ଟେସନରୁ ଅନ୍ୟ ସ୍ଥାନକୁ ଯାତ୍ରା ବ୍ୟବସ୍ଥା ସମ୍ପୃକ୍ତ ରାଜ୍ୟ ସରକାର କରିବେ ।

ଯେତେବେଳେ ସାରା ଦେଶ ସଙ୍କଟର ସମ୍ମୁଖୀନ ହେଉଛି, ଭାରତୀୟ ରେଳପଥର ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ନାଗରିକମାନଙ୍କୁ ସେବା ଯୋଗାଇଦେବା ସହିତ ଏ ଦିଗରେ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories