www.samajalive.in
Monday, December 8, 2025
13.1 C
Bhubaneswar

ଦିଲ୍ଲୀରେ କରୋନା ସ୍ଥିତି ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକ, ଯୋଗଦେବେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ :  ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜଧାନୀରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା ରୋଗୀଙ୍କ ସଂଖ୍ୟା ରେକର୍ଡ ହେଉଛି। ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣ ବଢ଼ିବା ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢ଼ିଛି । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ରାଜଧାନୀରେ କୋଭିଡ-୧୯ର ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ଆଜି ଉପ-ରାଜ୍ୟପାଳ ଅନିଲ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ବୈଠକ କରିବେ ।


ଆଜି ଦିନ ୧୧ଟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷ ବର୍ଦ୍ଧନ, ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଦିଲ୍ଲୀର ଡେପୁଟି ଗଭର୍ଣ୍ଣର ଏବଂ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗଦେବେ ବୋଲି ଜଣାପଡିଛି ।

- Advertisement -

ଏହା ପୂର୍ବରୁ ଦିଲ୍ଲୀ ସରକାର ଶନିବାର ସନ୍ଧ୍ୟାରେ ଏକ ଆଦେଶନାମା ଜାରି କରିବା ସହ ୧୦ରୁ ୪୯ ଶଯ୍ୟା ଥିବା ସବୁ ନର୍ସିଂହେମକୁ କୋଭିଡ ନର୍ସିଂହୋମ ଘୋଷଣା କରିଦେଇଛନ୍ତି । ରାଜ୍ୟ ସରକାରଙ୍କ କଡା ନିର୍ଦେଶ ରହିଛି ଯେ ୧୦ ରୁ ୪୯ ଶଯ୍ୟା ରହିଥିବା ସମସ୍ତ ନର୍ସିଂହୋମ ତିନି ଦିନ ଭିତରେ କରୋନା ରୋଗୀଙ୍କ ଲାଗି ଶଯ୍ୟା ପ୍ରସ୍ତୁତ କରିବେ । ଯଦି କୌଣସି ନର୍ସିଂହୋମ ସରକାରଙ୍କ ଆଦେଶକୁ ଅବମାନନା କରନ୍ତି ତେବେ ସଂପୃକ୍ତ ସଂସ୍ଥାକୁ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିବ । ଅନ୍ୟପକ୍ଷରେ ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ଆଦେଶ ଦେଇଛନ୍ତି ।

ରାଜଧାନୀ ଦିଲ୍ଲୀରେ ଶନିବାର ୨୧୧୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ଓ ତାମିନଲନାଡୁ ପରେ ଦେଶରେ କରୋନାର ସର୍ବାଧିକ ପଜିଟିଭ ଦିଲ୍ଲୀରେ । ଦିଲ୍ଲୀରେ ଗୋଟିଏ ଦିନରେ ୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୩୮ ହଜାର ୯୫୮ରେ ପହଞ୍ଚିଛି । ଏଥିରୁ ବର୍ତ୍ତମାନ ସୁଦ୍ଧା ୨୨ ହଜାର ୭୪୨ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ୧୪ ହଜାର ୯୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ମୋଟ ୧୨୭୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories