www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ ରଙ୍ଗ ସହ ଜଡିତ କିଛି ବିଶେଷ କଥା

ହୋଲି ରଙ୍ଗ ଓ ଖାଦ୍ୟପେୟର ପର୍ବ ଅଟେ। ମାତ୍ର ଆପଣ ହୁଏତ ଜାଣି ନଥିବେ ହୋଲିର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବୈଜ୍ଞାନିକ ମାନଙ୍କ ମତାନୁଯାୟୀ ହୋଲିରେ ବ୍ୟବହାର ହେଉଥିବା ଭିନ୍ନ ଭିନ୍ନ ରଙ୍ଗ ଏକ ପ୍ରକାରର ଥେରାପି ଭଳି କାର୍ୟ୍ୟ କରିଥାଏ। ଭିନ୍ନ ଭିନ୍ନ ରଙ୍ଗ ଶରୀର ଓ ମସ୍ତିଷ୍କକୁ ସନ୍ତୁଳତି କରିଥାଏ। ଏହି ରଙ୍ଗର ଥେରାପି ଖୁସିର ମଧ୍ୟ ଏକ ଅଂଶ ଅଟେ।
ଲାଲ ରଙ୍ଗ –ପ୍ରତ୍ୟେକ ରଙ୍ଗ ପ୍ରକୃତିର ରଙ୍ଗ ସହ ଜଡ଼ିତ। ଲାଲ ରଙ୍ଗ ଆଖିକୁ ଶାନ୍ତି ପ୍ରଦାନ କରିଥାଏ। ହରମୋନକୁ ସନ୍ତୁଳିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହାସହ ଅନିଦ୍ରା, ଦୁର୍ବଳ, ରକ୍ତ ସହ ସମ୍ବନ୍ଧିତ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ହଳଦିଆ ରଙ୍ଗ – ଏହି ରଙ୍ଗ ମାନସିକ ଉତ୍ତେଜନାକୁ କମ କରିଥାଏ। ପେଟ , ଚର୍ମ ସମ୍ବନ୍ଧୀୟ ସମସ୍ୟା, ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ।
ନୀଳ ରଙ୍ଗ – ଏହି ରଙ୍ଗକୁ ଥଣ୍ଡା ରଙ୍ଗ ବୋଲି କୁହାଯାଏ। ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ। ରଙ୍ଗ ଥେରାପିରେ ଏହାର ବ୍ୟବହାର ମୁଣ୍ଡ ବିନ୍ଧା ଭଳି କେତେକ ସମସ୍ୟାର ସମାଧାନ କରିଥାଏ।
ନାରଙ୍ଗୀ – ଏହି ରଙ୍ଗ ଆଜ୍ଜା, କିଡ଼ନୀ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories