www.samajalive.in
Saturday, December 6, 2025
26.1 C
Bhubaneswar

ରେକର୍ଡସ୍ତରରେ ହାଲ୍‍ର କାରବାର

ବେଙ୍ଗାଲୁରୁ : ରାଫେଲ ଯୁଦ୍ଧ ବିମାନ ନିର୍ମାଣ ନେଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ୍‍)ର ଦକ୍ଷତା ଉପରେ ପ୍ରଶ୍ନ ଉଠାଯାଇଥିବାବେଳେ ଏହି ଉଦ୍ୟୋଗର କାରବାର ନୂଆ ରେକର୍ଡ ସୃଷ୍ଟି କରିଛି। ହାଲ୍‍ ମୁଖ୍ୟ ପରିଚାଳନା ନିର୍ଦେଶକ ଆର ମାଧବନଙ୍କ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ହାଲ୍‍ ୧୮,୨୮,୩୮୬ ଲକ୍ଷ ଟଙ୍କାର କାରବାର କରିଛି। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ହାଲ୍‍ ୧୭,୬୦,୩୭୯ଲକ୍ଷ ଟଙ୍କା କାରବାର କରିଥିଲା। ହାଲ୍‍ ସେୟାର ହୋଲଡରଙ୍କ ୫୫ତମ ବାର୍ଷିକ ବୈଠକରେ ସୂଚନା ଦେଇ ମାଧବନ କହିଛନ୍ତି ଯେ ୨୦୧୭-୧୮ବର୍ଷରେ ହାଲ୍‍ ୩,୩୨,୨୮୪ ଲକ୍ଷ ଟଙ୍କା ଲାଭ କରିଥିବାବେଳେ ପୂର୍ବ ବର୍ଷ ୩, ୫୮,୨୫୮ ଲକ୍ଷ ଟଙ୍କା ଲାଭ କରିଥିଲା। ଏକବର୍ଷ ମଧ୍ୟରେ ହାଲ୍‍ ୪୦ଟି ଯୁଦ୍ଧବିମାନ ଓ ହେଲିକପ୍ଟର ତିଆରି କରିଛି। ଏଥିରେ ରହିଛି ସୁଖୋଇ-୩୦ ଏମ୍‍କେଆଇ, ଏଲସିଏ ତେଜସ ଓ ଡୋର୍ନିୟର ଡୁ-୨୨୮, ଧ୍ରୁବ ଓ ଚିତା ହେଲିକପ୍ଟର। ଭାରତ ସରକାର ଫ୍ରାନ୍ସର ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଆଭିଏସନ ସହାୟତାରେ ରାଫେଲ ଯୁଦ୍ଧବିମାନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଏହି ଯୁଦ୍ଧବିମାନ ନିର୍ମାଣ ଲାଗି ଡାସଲ୍ଟ ଆଭିଏସନର ସହଯୋଗୀ ଭାବେ ରିଲାଏନ୍ସ ଡିଫେନ୍ସକୁ ରଖାଯାଇଛି। ରାଷ୍ଟ୍ରାୟତ୍ତ କମ୍ପାନୀ ହାଲ୍‍କୁ ବାଦ୍‍ ଦେଇ ଅନିଲ ଅମ୍ବାନୀଙ୍କ ନେତୃତ୍ୱ ରିଲାଏନ୍ସ ଡିଫେନ୍ସକୁ ସହଯୋଗୀ ରଖାଯିବା ନେଇ ବିବାଦ ଦେଖାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories