www.samajalive.in
Saturday, December 6, 2025
26.1 C
Bhubaneswar

ହିମାଳୟ ବରଫାଞ୍ଚଳରେ ଅଦ୍ଭୂତ ଯୋଗୀ, ଆବିଷ୍କାର କଲେ ସୈନିକ

ନୂଆଦିଲ୍ଲୀ : ହିମାଳୟ ବରଫାଞ୍ଚଳରେ ବହୁ ମୁନୀଋଷି ଓ ଯୋଗୀ ତପସ୍ୟା କରୁଥିବା ଶୁଣାଯାଏ। ଶହ ଶହ ବର୍ଷ ଧରି ଏଠାରେ ସେମାନେ ତପସ୍ୟାରେ ମଗ୍ନ ରହୁଥିବା ଲୋକକଥାରୁ ଜଣାଯାଇଛି। ଏଭଳି ଯୋଗୀଙ୍କୁ କେବେ କେହି ଦେଖି ନଥିଲେ ମଧ୍ୟ ସମସ୍ତଙ୍କ ବିଶ୍ବାସ ହିମାଳୟରେ କୋଟି କୋଟି ବର୍ଷ ତଳୁ ମୁନିଋଷି ତପସ୍ୟା କରୁଛନ୍ତି। ତେବେ ନିକଟରେ ଏକ ଭିଡିଓ ସୋସିଆଲ୍‌ ମିଡ଼ିୟାରେ ଭାଇରାଲ୍‌ ହୋଇଛି। ଏହି ଭିଡ଼ିଓରେ ଜଣେ ଯୋଗୀ ଖୋଲା ଦେହରେ କେବଳ କଉପୁନିଟିଏ ପିନ୍ଧି ତପସ୍ୟା କରୁଛନ୍ତି। ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଜଣେ ଖାଲି ଦେହରେ ରହି ପାରିବ ଏ କଥା ସହଜରେ ବିଶ୍ବାସ କରି ହେଉନାହିଁ। ଯୋଗୀଙ୍କ ସହିତ ଗୋଟିଏ କୁକୁର ମଧ୍ୟ ରହିଛି। ଏହି ସ୍ଥାନରେ ଜଣେ ସୈନିକଙ୍କୁ ଦେଖିବାକୁ ମିଳୁଛି, ଯିଏ ଯୋଗୀଙ୍କ ଭିଡିଓ ସୁଟ୍‌ କରୁଛନ୍ତି ଏବଂ ଯୋଗୀଙ୍କୁ ଦେଖିବା ପରେ ଜୟ ଶ୍ରୀରାମ କହୁଛନ୍ତି। ତେବେ ଏହି ଯୋଗୀ କେଉଁଠି ରହୁଛନ୍ତି, ତାଙ୍କର କିଛି ସ୍ବତନ୍ତ୍ର ଗୁମ୍ଫା ରହିଛି କି ଓ ସେ କ’ଣ ଖିଆପିଆ କରନ୍ତି ଏଭଳି ଅନେକ ଅସମାହିତ ପ୍ରଶ୍ନ ରହସ୍ୟମୟ ହୋଇ ରହିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories